Thursday, April 2, 2026
40.1 C
Odisha

    ମହିଳା ହକି ଇଣ୍ଡିଆ ଲିଗ: ଉଦ୍‌ଘାଟନୀ ସିଜିନରେ ଓଡ଼ିଶା ୱାରିୟର୍ସ ଚାମ୍ପିଅନ୍

    ଆଗକୁ ପଢନ୍ତୁ

    ରାଞ୍ଚି: ମହିଳା ହକି ଇଣ୍ଡିଆ ଲିଗ୍ (HIL) ୨୦୨୪-୨୫ ର ଉଦ୍‌ଘାଟନୀ ସଂସ୍କରଣରେ ଓଡ଼ିଶା ୱାରିୟର୍ସ ଫାଇନାଲରେ ସୁରମା ହକି କ୍ଲବକୁ ୨-୧ ଗୋଲରେ ପରାସ୍ତ କରି ଟାଇଟଲ ହାସଲ କରିଛି। ରବିବାର ରାଞ୍ଚିରେ ହକି ଷ୍ଟାଡିୟମ୍ ରେ ଏହି ହାଇଭୋଲଟେଜ ଫାଇନାଲ ମୁକାବିଲା ଖେଳାଯାଇଥିଲା।

    ଦ୍ୱିତୀୟ କ୍ୱାର୍ଟରରେ ରୁତୁଜା ଦାଦାସୋ ପିସାଲ୍ (୨୦ ’, ୫୬’) ୱାରିୟର୍ସକୁ ଅଗ୍ରଣୀ ଦେଇଥିଲେ କିନ୍ତୁ ପେନି ସ୍କ୍ୱିବ୍ (୨୮ ’) ସୁରମା ପାଇଁ ଗୋଲ ସ୍କୋର ସମାନ କରିଥିଲେ। ଖେଳ ଶେଷ ବେଳକୁ ଋତୁଯା ଆଉ ଏକ ଗୋଲ କରି ୱାରିୟର୍ସ ବିଜୟକୁ ସୁନିଶ୍ଚିତ କରିଥିଲେ।ମ୍ୟାଚ୍ ଆରମ୍ଭରୁ ଆରମ୍ଭରୁ ଦୁଇ ଦଳ କଡ଼ା ସଂଘର୍ଷ କରିଥିଲେ, ଫଳରେ ପ୍ରଥମ କ୍ୱାର୍ଟର ଗୋଲହୀନ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ମିଡଫିଲ୍ଡ ଯୁଦ୍ଧ ଜାରି ରହିଥିଲା ​​କିନ୍ତୁ ରୁତୁଯା ପ୍ରଥମ ଗୋଲ ସ୍କୋର କରି ଓଡିଶାକୁ ଅଗ୍ରଣୀ କରିଥିଲେ।ତେବେ ଦ୍ୱିତୀୟ କ୍ୱାର୍ଟରରେ ଦୁଇ ମିନିଟ୍ ବାକି ରହିଥିବା ବେଳେ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା ସୁରମା ଏବଂ ପେନି ସ୍କ୍ୱିବ୍ ଏହାକୁ ସଫଳତାର ସହିତ ଗୋଲରେ ପରିଣତ କରିଥିଲେ।ପ୍ରଥମ କ୍ୱାର୍ଟର ଭଳି ତୃତୀୟ କ୍ୱାର୍ଟରରେ ମଧ୍ୟ କଡା ଲଢେଇ ଦେଖିବାକୁ ମିଳିଥିଲା କିନ୍ତୁ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ କୌଣସି ଟିମ୍ ଗୋଲ କରିବାକୁ ସମର୍ଥ ହୋଇ ନ ଥିଲେ।

    ଶେଷ କ୍ୱାର୍ଟରରେ ଉଭୟ ଦଳ ମ୍ୟାଚ୍ ଜିତିବାକୁ ଫିଲଡକୁ ଓହ୍ଲାଇଥିଲେ। ଖେଳରେ ଆଠ ମିନିଟ୍ ବାକି ଥିବାବେଳେ ୱାରିୟର୍ସ ସେମାନଙ୍କର ପ୍ରଥମ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ କିନ୍ତୁ ନେହାଙ୍କ ସଟ୍ ଗୋଲ୍ ଉପରେ ଚାଲି ଯାଇଥିଲା। କିଛି ସମୟ ପରେ, ରୁତୁଜା ଗୋଲ ସ୍କୋର କରି ୱାରିୟର୍ସଙ୍କୁ ପୁଣିଥରେ ଅଗ୍ରଣୀ ଦେଇଥିଲେ। ପରବର୍ତ୍ତୀ ମିନିଟରେ ସେମାନେ ଆଉ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ କିନ୍ତୁ ଏହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ଶେଷ ମିନିଟ ସୁଦ୍ଧା ଓଡିଶା ଟିମ୍ ସୁରମା ରାଞ୍ଚି ଠାରୁ ୨-୧ ଗୋଲରେ ଆଗରେ ରହି ଟାଇଟଲ୍ ହାତେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.1 ° C
    40.1 °
    40.1 °
    17 %
    2.7kmh
    3 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ