ପ୍ରତ୍ୟେକଙ୍କ ଘରେ ରଶୁଣ ଏବଂ ମହୁ ଉପଲବ୍ଧ ରହିଥାଏ । ଏହାର ବ୍ୟବହାର ମଧ୍ୟ ଆମେ ଦୈନନ୍ଦିନ କରିଥାଏ । କିନ୍ତୁ ମହୁ ଏବଂ ରଶଙ୍କୁ ଏକ ସାଙ୍ଗରେ ଖାଇଲେ ସ୍ୱାସ୍ଥ୍ୟକୁ ମିଳିଥାଏ ଅନେକ ଫାଇଦା । ଭଲ ହୋଇଯାଏ ଅନେକ ରୋଗ ।ମହୁରେ ଭରପୁର ମାତ୍ରାରେ ଆଣ୍ଡ-ବାୟୋଟିକ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ମିଳିଥାଏ । ସେହିପରି ଅନ୍ୟପକ୍ଷେ ରଶୁଣରେ ଏଲିସିନ ଏବଂ ଫାଇବର ଭଳି ତତ୍ତ୍ୱ ମିଳିଥାଏ । ଯାହାକି ଆପଣଙ୍କୁ ଅନେକ ରୋଗର ସମାଧାନ କରିଥାଏ ।
ଇମ୍ୟୁନିଟିକୁ କରେ ମଜବୁତ: ମହୁରେ ବତୁରା ଯାଇଥିବା ରଶୁଣକୁ ଖାଇବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ ବା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ଏକ ସୁରପରଫୁଡ, ଯାହା ଆଣ୍ଟିବାୟୋଟିକ ଭଳି କାର୍ଯ୍ୟ କରିଥାଏ । ଏହା ଶରୀରରୁ ବର୍ଜ୍ୟବସ୍ତୁ ବାହାର କରି ସଂକ୍ରମଣରୁ ରକ୍ଷା କରିଥାଏ ।
ଥଣ୍ଡା-ଜ୍ୱରରୁ ରକ୍ଷା କରେ: ଥଣ୍ଡା-ଜ୍ୱରରୁ ମୁକ୍ତି ପାଇବା ପାଇଁ ରଶୁଣ ଏବଂ ମହୁ ଖାଇବା ସବୁଠୁ ଭଲ ଉପାୟ । ଏହି ଦୁଇଟି ଜିନିଷ ଶରୀରକୁ ଗରମ ରଖିଥାଏ । ଏହା ଦେହରେ ହେଉଥିବା ଯନ୍ତ୍ରଣା ବା କଷ୍ଟ-ବିନ୍ଧାକୁ ମଧ୍ୟ ଦୂର କରିଥାଏ ।
ହୃଦୟକୁ ରଖେ ସୁସ୍ଥ: ରଶୁଣ ଏବଂ ମହୁ ଆପଣଙ୍କ ଶରୀରରୁ ବ୍ୟାଡ କୋଲେଷ୍ଟ୍ରଲକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏଥିରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ । ଏଥିରେ ଏପରି ଗୁଣ ରହିଛି, ଯାହା ହୃଦୟର ଧମନୀରେ ଜମା ହୋଇଥିବା ଫ୍ୟାଟକୁ ବାହାର କରିବାରେ ସାହାଯ୍ୟ କରିଥାଏ ।
ହଜମ ପ୍ରକ୍ରିୟାକୁ ସଠିକ୍ ରଖେ: ରଶୁଣ ଏବଂ ମହୁରେ ଅନେକ ତତ୍ତ୍ୱ ରହିଥାଏ, ଯାହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଫିଟ୍ ରଖିଥାଏ । ଯେଉଁ କାରଣରୁ ଆପଣଙ୍କୁ କୋଷ୍ଠକାଠିନ୍ୟ, ଡାଇରିଆ, ଏସିଡିଟି, ପେଟରେ ଯନ୍ତ୍ରଣା ଭଳି ସମସ୍ୟାର ସମାଧାନ କରିଥାଏ ।
ଗୋଟିଏ ଦିନରେ କେତେ ଖାଇବେ? ରାତିରେ ଗୋଟିଏ କାଚ ବୋତଲରେ ମହୁ ନିଅନ୍ତୁ ଏବଂ ସେଥିରେ ରଶୁଣର ଚୋପାକୁ ଛଡାଇ ସେହି ମହୁ ସହ ମିଶାଇ ରଖନ୍ତୁ । ପ୍ରତିଦିନ ସକାଳେ ଉଠିବା ପରେ ୧ରୁ ୨ଟି ରଶୁଣ କୋଲାକୁ ଖାଲିପେଟରେ ଖାଆନ୍ତୁ ।