Saturday, October 10, 2026
27.9 C
Odisha

    ନୀତିକାନ୍ତି ବନ୍ଦ କଲେ କଡା କାର୍ଯ୍ୟାନୁଷ୍ଠାନ’ ଚେତାବନୀ ଦେଲେ ଆଇନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ ବିବାଦକୁ ନେଇ ଆଇନମନ୍ତ୍ରୀଙ୍କ ଉଦ୍‌ବେଗ। କହିଛନ୍ତି, ନୀତିକାନ୍ତି ବନ୍ଦ ରହିବା ଦୁର୍ଭାଗ୍ୟଜନକ। ବିବାଦ ଭିତରେ ଠାକୁରଙ୍କ ନିତିକାନ୍ତି ବନ୍ଦ ହେବା ଭୁଲ । ଆଇନ ମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ଏପରି କଲେ କଡ଼ା କାର୍ଯ୍ୟନୁଷ୍ଠାନ ନେବେ ସରକାର | ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ସିଧାସଳଖ ଭାବେ କୌଣସି ବି ଜାଗାରେ ଠାକୁରଙ୍କ ନିତିକାନ୍ତିରେ ବ୍ୟାଘାତ ଘଟିଲେ ସରକାର ଏହାକୁ ଗୁରୁତର ସହକାରେ ଦେଖିବେ। ଅଯୌତିକ ଭାବେ ନିତିକାନ୍ତି ବନ୍ଦ ହୋଇଥିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବେ ସରକାର। ଏହି ଘଟଣା ଏକ ଛୋଟ ସମସ୍ୟାକୁ ନେଇ ଘଟିଛି। ସେ ବାବଦରେ ଅନେକ କଥା ତର୍ଜମା ହୋଇଛି ।
    ଆଜି ଏହି କାରଣରୁ ଟ୍ରଷ୍ଟ ବୋର୍ଡର ଏକ ଜରୁରକାଳୀନ ବୈଠକ ଅପରାହ୍ନରେ ଡକାଯାଇଛି । ଟ୍ରଷ୍ଟ ବୋର୍ଡ ସମସ୍ତ ସେବାୟତ ବନ୍ଧୁଙ୍କୁ ଅନୁରୋଧ କରିବ ତୁରନ୍ତ ସେବା ପୂଜାକୁ ଆରମ୍ଭ କରନ୍ତୁ । କୌଣସି ସମୟରେ ଯେପରି ନୀତିକାନ୍ତି ବନ୍ଦ ପରି ଅଯୌତିକ କଥା ନ ହେଉ ସେଥିପାଇଁ ଟ୍ରଷ୍ଟ ବୋର୍ଡ ଏକ ଦୃଢ଼ ନିଷ୍ପତ୍ତି ନେବେ। ଛତିଶା ପାଟକଙ୍କୁ ଏନେଇ ଜଣେଇ ଦିଆଯିବ। ଯେଉଁ ଗୋଟିଏ ସମସ୍ୟା ଥିଲା ସେବା ପୂଜାର ସତ୍ତ୍ଵଲିପିର ଆଇନଗତ ଦିଗରେ ସମସ୍ୟା ରହିଛି। ଏଥି ପାଇଁ ଖୁବ୍ ଶୀଘ୍ର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକକ ସଦସ୍ୟ ବିଶିଷ୍ଟ କମିଶନ ସ୍ଥାପନ କରାଯିବ ଏହାପରେ କମିଶନ ବିଭିନ୍ନ ନିଯୋଗ ସହ ସେ କଥା ହେବେ। ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ ସହ ଯାହା ତଥ୍ୟ ପୂର୍ବରୁ ଅଛି ତର୍ଜମା କରିବା ପରେ କିଏ କେଉଁ ସେବା କରୁଥିଲେ ତାକୁ ନେଇ ୨ ମାସ ଭିତରେ ସମ୍ପୂର୍ଣ ଡ୍ରାଫ୍ଟ ଦେବେ।
    ରେକର୍ଡ ଅଫ୍ ରାଇଟ ଲାଗୁ କରିବା ପାଇଁ ଯେଉଁ ପ୍ରକ୍ରିୟା ତାହା ଦେବୋତ୍ତର ବିଭାଗ ଦେଖିବ। ଏହା ଲାଗୁ ହେବା ପରେ ସତ୍ତ୍ଵଲିପି ନେଇ ସେବାୟତ ଗୋଷ୍ଠୀ ଭିତରେ ଆଗାମୀ ଦିନରେ ସମସ୍ୟା ରହିବ ନାହିଁ। ଆମେ ସ୍ଥାୟୀ ସମାଧାନ ଚେଷ୍ଟା କରୁଛୁ। ଗୋଟିଏ କଥା ସ୍ପଷ୍ଟ ଯେଉଁମାନେ ଆସିଥିଲେ ଓ ଯେଉଁମାନେ ନ ଆସିଥିଲେ ସମସ୍ତଙ୍କୁ ଅନୁରୋଧ କୌଣସି ବି କଥାରେ ଯଦି ସମସ୍ୟା ହେଉଛି ଟ୍ରଷ୍ଟ ବୋର୍ଡକୁ ଜଣାନ୍ତୁ । କିନ୍ତୁ ସେହିଆଳରେ ସେବାପୂଜା ବନ୍ଦ ହେବାକୁ ଗ୍ରହଣ କରିବେନି ସରକାର। ସେଥିରେ ଦରକାର ପଡ଼ିଲେ କଠୋର ପଦକ୍ଷେପ ନିଆଯିବ । ଆଜିଠାରୁ ସତ୍ତ୍ଵଲିପିର ପୁନର୍ବିନ୍ୟାସ ନ ହେବା ଯାଏଁ ସେବା ପୂଜାରେ କୌଣସି ବ୍ୟାଘାତ ନ କରନ୍ତୁ ଏଥିପାଇଁ ସରକାର ଅନୁରୋଧ ସହ ଚେତାବନୀ ଦେଉଛନ୍ତି। ଖୁବ୍ ଶୀଘ୍ର ନିତିକାନ୍ତି ସ୍ଵାଭାବିକ ହେବ। ଟ୍ରଷ୍ଟ ବୋର୍ଡ ମିଟିଂ ସରିବା ପରେ ସେବାପୂଜା ସ୍ଵାଭାବିକ ହେବା ଦାୟିତ୍ଵ ନିଆଯାଇଛି। ସେବାୟତ ବନ୍ଧୁ ସହଯୋଗ କରିବେ।
    ଯେଉଁମାନେ ଆସିଲେନି ସେମାନଙ୍କୁ ସୂଚନା ଦିଆଯାଇଛି। ଏହି ଘଟଣାରେ କିଛି ଲୋକ ମୁଣ୍ଡ ପୁରାଇ ରାଜନୀତି କରି ରୁଟି ସେକିବା ପାଇଁ ଚାହୁଁଛନ୍ତି। ସେ କାମ କରିବାକୁ ଦିଆଯିବନି। ଏ ଅବାନ୍ତର କାମ ଛାଡି ସେବା ପୂଜା କିପରି ହେବ ଚେଷ୍ଟା କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ