Wednesday, March 18, 2026
23.6 C
Odisha

    ମାଗଣା ଯୋଜନା ନେଇ ସିଇସିଙ୍କ କଡ଼ା ଆଭିମୁଖ୍ୟ: ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ବି ଭୋଟର୍‌ ଜାଣିବା ଉଚିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର(ସିଇସି) ରାଜୀବ କୁମାର ଆଜି ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଘୋଷଣା କରିବା ଅବସରରେ ନିର୍ବାଚନ ପ୍ରକ୍ରିୟାକୁ ନେଇ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଭୋଟର୍‌ ତାଲିକା, ଇଭିଏମ୍ ଓ ମତଦାନ ପ୍ରତିଶତକୁ ନେଇ ଉଠିଥିବା ପ୍ରଶ୍ନର ବିସ୍ତୃତ ଉତ୍ତର ଦେଇ ଦେଶରେ ନିର୍ବାଚନ ସମ୍ପୂର୍ଣ୍ଣ ନିରପେକ୍ଷତାର ସହ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ କମିସନର ଆଶ୍ବସ୍ତ କରିଛନ୍ତି। ଏହି ସମୟରେ ସେ ନିର୍ବାଚନରେ ମାଗଣା ବଣ୍ଟନ ଧାରା ବୃଦ୍ଧି ପାଉଥିବା ପ୍ରସଙ୍ଗ ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ। ମାଗଣା ଘୋଷଣା ଯୋଗୁଁ ଅନେକ ରାଜ୍ୟର ଆର୍ଥିକ ସ୍ଥିତି ଖରାପ ହେଉଥିବା ଦର୍ଶାଇ ସିଇସି କହିଛନ୍ତି ଯେ ରାଜ୍ୟର ଆର୍ଥିକ ସ୍ଥିତି ଏବଂ ମାଗଣା ଘୋଷଣାଜନିତ ଋଣଭାର ସଂପର୍କରେ ମଧ୍ୟ ନେତାମାନେ ଭୋଟର୍‌ଙ୍କୁ ଜଣାଇବା ଆବଶ୍ୟକ। ରାଜ୍ୟର ଭବିଷ୍ୟତକୁ ବନ୍ଧକ ରଖାଯାଇପାରିବ ନାହିଁ ବୋଲି ଏହି ଅବସରରେ ସିଇସି କହିଛନ୍ତି। ବିଭିନ୍ନ ରାଜନୈତିକ ଦଳର ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ରାଜ୍ୟର ଅର୍ଥନୈତିକ ସ୍ଥିତି ଉପରେ କ’ଣ ପ୍ରଭାବ ପକାଇବ ତାହା ରାଜନୈତିକ ଦଳମାନେ ସ୍ପଷ୍ଟ କରିବା ଦରକାର ବୋଲି ସିଇସି କହିଛନ୍ତି।

    ମାଗଣା ପ୍ରସଙ୍ଗ ଏବେ ଅଦାଲତରେ ବିଚାରାଧୀନ ଅଛି, ତେଣୁ ଆମେ ଏହା ଉପରେ କହୁନାହୁଁ, କିନ୍ତୁ ମାଗଣା ବଣ୍ଟନ ସଂକ୍ରାନ୍ତ ସଂସ୍କାର ନେଇ  ଆମ ଆଭିମୁଖ୍ୟ ସ୍ପଷ୍ଟ  ବୋଲି ସିଇସି  କହିଛନ୍ତି।   ମାଗଣା ଏବଂ ଅଧିକାର ମଧ୍ୟରେ ଏକ ସୂକ୍ଷ୍ମ ରେଖା ଅଛି। ଆମେ ମାଗଣା ଶବ୍ଦ ବ୍ୟବହାର କରୁନାହୁଁ, କାରଣ ଏହାକୁ ବ୍ୟାଖ୍ୟା କରିବା କଷ୍ଟକର। ତେବେ ରାଜ୍ୟର ଅର୍ଥନୈତିକ ସ୍ଥିତିର ଚିତ୍ର ଜନସାଧାରଣ ଜାଣିବା ଜରୁରୀ। ଆପଣ କେତେ ଋଣ ନେବେ, କେତେ ସୁଧ ଦେବେ, କେତେ ଋଣ ନେଇପାରିବେ ଏବଂ ଯେଉଁ ମାଗଣା ପ୍ରତିଶ୍ରୁତି ଦେଉଛନ୍ତି ତାହାର ମୂଲ୍ୟ କ’ଣ ତାହା ଭୋଟର୍‌ ଜାଣିବା ଉଚିତ ବୋଲି ସିଇସି କହିଛନ୍ତି। ଅନେକ ରାଜ୍ୟ ଅଛି, ଯେଉଁଠି ଦରମା ଦେବା କଷ୍ଟକର ହୋଇପଡ଼ୁଛି। ତେଣୁ ରାଜ୍ୟର ଆର୍ଥିକ ସ୍ଥିତି ସଂପର୍କରେ ଦଳମାନେ ଭୋଟର୍‌ଙ୍କୁ ଅବଗତ କଲେ ବହୁତ କିଛି ସ୍ପଷ୍ଟ ହୋଇଯିବ ବୋଲି ସିଇସି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ