ଭଞ୍ଜନଗର : ମାନିଲେନି କଟକଣା । ବ୍ୟାରିକେଡ୍ ଭାଙ୍ଗି କଳିଙ୍ଗା ଘାଟିରେ ଗଲେ ଲୋକ। ଅକଭାନ୍ ବତ୍ୟା ବେଳେ ବର୍ଷା ଓ ଭୂସ୍ଖଳନ ଯୋଗୁ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିକୁ ସିଲ୍ କରିଥିଲା ପ୍ରଶାସନ । ହେଲେ ସମୟ ପୂର୍ବରୁ ବ୍ୟାରିକେଡ୍ ଭାଙ୍ଗି ରାସ୍ତାରେ ଯିବା ଆସିବା କରିଛନ୍ତି ଅମାନିଆ ଗାଡ଼ି ଚାଳକ । ଘାଟି ତଳେ ରହିଥିବା ଗଞ୍ଜାମ ପୋଲିସର ବ୍ୟାରିକେଡ୍ ଭାଙ୍ଗି ଭଞ୍ଜନଗର ଅଭିମୁଖେ ଆସିଥିଲା ସମସ୍ତ ଗାଡ଼ି । ପରେ ସମ୍ପୃକ୍ତ ଗାଡ଼ିକୁ ଅଟକାଇ ଜରିମାନା ଆଦାୟ କରିଛି ପୋଲିସ ।
