Monday, April 6, 2026
35.2 C
Odisha

    ମାର୍ଚ୍ଚ ୮ରେ ପାଦେ ଆକାଶ

    ଆଗକୁ ପଢନ୍ତୁ

    ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ସିନେମା ‘ପାଦେ ଆକାଶ’। ତରଙ୍ଗ ସିନେ ପ୍ରଡକସନ୍ ପ୍ରଯୋଜିତ ଏହି ସିନେମାରେ ଅର୍ଚ୍ଚିତା ଓ ଅଙ୍କିତ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ‘ପାଦେ ଆକାଶ’ରେ ଅଙ୍କିତ କୁମାର ପ୍ରଥମ ଥର ପାଇଁ ଓଲିଉଡ୍‌ର ଲୋକପ୍ରିୟ ନାୟିକା ଅର୍ଚ୍ଚିତାଙ୍କ ବିପକ୍ଷରେ ଦେଖାଦେବେ। ଏଥିରେ ସେ ନାୟିକାଙ୍କ ଭାବିସ୍ବାମୀ ଭୂମିକା ତୁଲାଇଛନ୍ତି। ଘଟଣାକ୍ରମେ ନାୟିକା ଦୁର୍ଘଟଣାର ଶିକାର ହୁଅନ୍ତି ଏବଂ ପକ୍ଷାଘାତରେ ପୀଡ଼ିତ ହୁଅନ୍ତି। ଏହାପରେ କାହାଣୀ ଭିନ୍ନ ମୋଡ଼ନିଏ। ଏଥିରେ ଅନ୍ୟ ଭୂମିକାରେ ବଲିଉଡ୍‌ ଅଭିନେତା ରାଜେଶ ଜୈସ୍, ହର ରଥ, ସ୍ମିତା ମହାନ୍ତି, ମୋହନ ମଜିଥିଆ, ମଧୁମିତା ଓ ବିଜୟଲକ୍ଷ୍ମୀ ପ୍ରମୁଖ ଅଛନ୍ତି।  ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଦ୍ବିଭାଷୀ (ଓଡ଼ିଆ-ହିନ୍ଦୀ) ‘ପାଦେ ଆକାଶ’ର ସଂଳାପ ଭରଦ୍ବାଜ ପଣ୍ଡା ଲେଖିଥିବା ବେଳେ ଚିତ୍ରନାଟ୍ୟ ରଚନା କରିଛନ୍ତି ବିପ୍ଳବ ସିଂହ ଓ ଦେବୀଦତ୍ତ ମହାନ୍ତି। ପ୍ରେମ୍ ଆନନ୍ଦ ସଙ୍ଗୀତକାର ଓ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ। ଶୁଭ୍ରାଂଶୁ ଦାସ ଓ ଫଲଗୁ ଶତପଥୀ ଏହାର ସିନେମାଟୋଗ୍ରାଫି କରିଥିବା ବେଳେ ସଂପାଦନାରେ ଅଛନ୍ତି ସୁକୁମାର ମଣି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    30 %
    0.9kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ