Wednesday, October 14, 2026
22.1 C
Odisha

    ମୁଁ ଇହୁଦୀ ରୋଗୀମାନଙ୍କୁ ହତ୍ୟା କରିବି : ନର୍ସର ବୟାନକୁ ନେଇ ଅଷ୍ଟ୍ରେଲିଆରେ ଚାଞ୍ଚଲ୍ୟ

    ଆଗକୁ ପଢନ୍ତୁ

    ସିଡନି : ଇସ୍ରାଏଲ ଓ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଷ୍ଟ୍ରେଲିଆରେ ଇସ୍ରାଏଲ ବିରୋଧୀ ଭାବନା ଯଥେଷ୍ଟ ବୃଦ୍ଧି ପାଇଛି। ଏବେ ନ୍ୟୁ ସାଉଥ ୱେଲ୍ସ ରାଜ୍ୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ହସ୍ପିଟାଲରେ ମୁତୟନ ଥିବା ଜଣେ ନର୍ସ ଦାବି କରିଛି ଯେ ସେ ଇସ୍ରାଏଲ ରୋଗୀମାନଙ୍କୁ ହତ୍ୟା କରିଦେବ । ନର୍ସର ଏହି ଦାବି ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନ୍ୟୁ ସାଉଥ୍ ୱେଲ୍ସ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ସେମାନେ ନର୍ସର ଧମକର ତଦନ୍ତ କରିବେ। ଏଥିସହ ସମ୍ପୃକ୍ତ ହସ୍ପିଟାଲରେ ରୋଗୀଙ୍କ ରେକର୍ଡ ମଧ୍ୟ ଯାଞ୍ଚ କରାଯିବ।  ସଂପୃକ୍ତ ନର୍ସ ଓ ତାଙ୍କର ଆଉ ଜଣେ ପୁରୁଷ ସହକର୍ମୀ ଏକ ଭିଡିଓ ଜାରି କରି ଏସବୁ ଧମକ ଦେଇଛନ୍ତି ।ଇସ୍ରାଏଲବାସୀଙ୍କୁ ହତ୍ୟା କରିବା ନେଇ ଜଣେ ନର୍ସଙ୍କ ଅନଲାଇନ୍ ଦାବି ପରେ ଏକ ଡାକ୍ତରଖାନା ରୋଗୀଙ୍କ ରେକର୍ଡର ସମୀକ୍ଷା କରୁଛି ବୋଲି ବୁଧବାର ଦିନ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ରୋଗୀଙ୍କ କ୍ଷତି ନେଇ କୌଣସି ପ୍ରମାଣ ମିଳିନଥିବା ଅଧିକାରୀମାନେ କହିଛନ୍ତି। ନର୍ସଙ୍କ ଏହି ଦାବି ଅଷ୍ଟ୍ରେଲିଆକୁ ଦୋହଲାଇ ଦେଇଥିବା ଇହୁଦୀ ବିରୋଧୀ ଆକ୍ରମଣ ଏବଂ ବୟାନବାଜିର ସଦ୍ୟତମ ଦାବି।

    ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ମାତ୍ର ଏକ ବର୍ଷ ହେଲା ଇହୁଦୀ ବିରୋଧୀ ଭାବନା ବୃଦ୍ଧି ପାଇଛି। ଇହୁଦୀ ସମ୍ପ୍ରଦାୟ ସହ ଜଡ଼ିତ ଘର, କାର୍ଯ୍ୟାଳୟ ଓ ବ୍ୟବସାୟ ଭଙ୍ଗାରୁଜା ହୋଇଛି। ଇହୁଦୀମାନଙ୍କୁ ଟାର୍ଗେଟ କରୁଥିବା ଅପରାଧ ମଧ୍ୟରେ ଗୋଟିଏ ସ୍କୁଲ ଏବଂ ଦୁଇଟି ସିନାଗାଗରେ ନିଆଁ ଲଗାଇ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ