Friday, April 3, 2026
39 C
Odisha

    ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ପଞ୍ଚାୟତରେ ହେବ ଅନ୍ତୋଦୟ ଗୃହ ଯୋଜନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏକ ବଡ଼ ଘୋଷଣା କରିଛି। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ୧୦ ଜଣ ହିତାଧିକାରୀଙ୍କୁ ଗୃହ ଯୋଜନା ଅନ୍ତର୍ଗତ ପକ୍କା ଘର ଯୋଗାଇ ଦିଆଯିବ। ଏହି ଯୋଜନା ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକାରୀ ହେବ।ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ସୂଚନା ଦେଇ କହିଛନ୍ତି ଯେ, ଗରିବ ଓ ଭୂମିହୀନ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ପ୍ରତିବଦ୍ଧ। ଏହି ଯୋଜନା ଅନ୍ତୋଦୟ ଗୃହ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ ଅଂଶ ଭାବେ କାର୍ଯ୍ୟ କରିବ। ମନ୍ତ୍ରୀ ଆହୁରି କହିଛନ୍ତି, “ଆମେ ନିଶ୍ଚିତ କରିବୁ ଯେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାର ଲାଭ ପାଇବେ। ଏଥିପାଇଁ ଆଗାମୀ ୫ ଦିନ ମଧ୍ୟରେ ସମସ୍ତ ବ୍ଲକ ଡେଭଲପମେଣ୍ଟ ଅଫିସର (BDO) ମାନଙ୍କୁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”  ଏହି ଯୋଜନା ଅନୁସାରେ, ରାଜ୍ୟର ପ୍ରାୟ ୨୨ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ଅନ୍ତୋଦୟ ଗୃହ ଯୋଜନା ଅନ୍ତର୍ଗତ ସାମିଲ କରାଯିବ। ଏହା ସହିତ, ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

    ଏହି ଯୋଜନାରେ କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୩୦ ତାରିଖରେ ଭବାନୀପାଟଣାଠାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ। ଏଥିପାଇଁ ରାଜ୍ୟ ସରକାର ବଜେଟରେ ୭,୫୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ପଦକ୍ଷେପ ଗରିବ ଓ ଆର୍ଥିକ ଅନଗ୍ରସର ପରିବାରଙ୍କ ଜୀବନଧାରଣରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ