Friday, October 2, 2026
28.6 C
Odisha

    ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା, ଦାୟିତ୍ୱରେ ଅଛନ୍ତି ୧୯ ଜଣ ବରିଷ୍ଠ ଆଇ.ପି.ଏସ୍ ଅଧିକାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା । ଲୋକସେବା ଭବନରେ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରଥଯାତ୍ରା ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗ, ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ ଏବଂ ନିରନ୍ତର ଯୋଗାଯୋଗ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । କୌଣସି ପରିସ୍ଥିତିରେ ଯେପରି ‘କମ୍ୟୁନିକେସନ ଗ୍ୟାପ୍’ ନ ରହେ, ସେଥିପ୍ରତି ସତର୍କ ରହିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

    ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବାକୁ ସୁବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ସ୍ୱଚ୍ଛତା ପାଇଁ ୧୭୦୦ଟି ବାୟୋ-ଟଏଲେଟର ବ୍ୟବସ୍ଥା ହୋଇଛି, ଯେଉଁଥିରେ ପ୍ରତି ୫ଟି ଟଏଲେଟ୍ ପାଇଁ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ। ଶ୍ରଦ୍ଧାଳୁଙ୍କୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଜରୁରୀ ସୂଚନା ଦେବା ପାଇଁ ୬୫ଟି ବଡ଼ LED ସ୍କ୍ରିନ୍ ଏବଂ Bulk Messaging ର ବ୍ୟବସ୍ଥା କରାଯାଇଛି। ମୋବାଇଲ୍ ନେଟୱାର୍କ ସମସ୍ୟାର ସମାଧାନ ପାଇଁ ୧୬ଟି ସ୍ଥାୟୀ ଟାୱାର ସହ ଅନେକ ଅସ୍ଥାୟୀ ଟାୱାର ସ୍ଥାପନ କରାଯାଇଛି।

    ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟାପକ ପୋଲିସ ମୁତୟନ ହୋଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ହଜାର ପୋଲିସ ଓ CAPF କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ସହିତ ଭାରତୀୟ ନୌସେନା ଏବଂ କୋଷ୍ଟ ଗାର୍ଡ ମଧ୍ୟ ସଜାଗ ଅଛନ୍ତି। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୧୯ ଜଣ ବରିଷ୍ଠ ଆଇ.ପି.ଏସ୍ (IPS) ଅଧିକାରୀ ଦାୟିତ୍ୱରେ ଅଛନ୍ତି। ସମଗ୍ର ଅଞ୍ଚଳ ଉପରେ ନଜର ରଖିବା ପାଇଁ ୪୭୩ଟି CCTV କ୍ୟାମେରା ଲଗାଯାଇଛି ଏବଂ ଏହାକୁ ଏକ ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ନିୟନ୍ତ୍ରଣ କରାଯାଉଛି।

    ମହିଳାମାନଙ୍କ ସୁରକ୍ଷା, କର୍ଡନ ପରିଚାଳନା, ଟ୍ରାଫିକ ବ୍ୟବସ୍ଥା, ଏବଂ ସନ୍ଦିଗ୍ଧ ଓ ନିଶା ସେବନକାରୀଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ବିଭିନ୍ନ ‘ଇଭାକ୍ୟୁସନ କରିଡର’ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଭକ୍ତମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ସକାଶେ ସ୍ୱତନ୍ତ୍ର ବ୍ୟବସ୍ଥା ଓ Help Desk କରାଯିବ। ଚଳିତ ବର୍ଷ ପୁରୀକୁ ପ୍ରାୟ ୩୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଲାଚଳ କରିବ। ଟ୍ରେନ ସମୟ ଅନୁଯାୟୀ ଯାତ୍ରୀମାନଙ୍କ ଆଗମନକୁ ଦେଖି ଭିଡ଼ ନିୟନ୍ତ୍ରଣ ଓ ସୂଚନା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ