Friday, October 2, 2026
28.6 C
Odisha

    ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ରାଜ୍ୟରେ ୭ ଦିନ ଯାଏ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ରାଜ୍ୟରେ ୭ ଦିନ ଯାଏ ବର୍ଷା ସମ୍ଭାବନା । ୧୩ ରୁ ବଢିବ ବର୍ଷା ପରିମାଣ। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଆଖାପାଖ ବାଂଲାଦେଶ ଉପରେ ଘୁର୍ଣ୍ଣିବଳୟ ରହିଛି। ସମୁଦ୍ର ପତନ ଠାରୁ ୪.୫ ରୁ ୪.୮ କିମି ଉଚ୍ଚତାରେ ଏହା ସକ୍ରିୟ ରହିଛି। ପ୍ରଭାବରେ ଆଗାମୀ ୭ ଦିନ ଯାଏ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଆସନ୍ତା ୭ ଦିନ ଯାଏ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ୯ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

    ଏହାସହ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ପବନ ବହିପାରେ। ଆସନ୍ତା ୧୩ ରୁ ପ୍ରବଳ ଵର୍ଷା ସମ୍ଭାବନା ରହିଛି। ୧୬ ତାରିଖ ଯାଏ ରାଜ୍ୟକୁ ବର୍ଷା ଚେତାବନୀ ଜାରି କରାଯାଇଛି। ଅନ୍ୟପଟେ ସୁନ୍ଦରଗଡ ଗୁରୁଣ୍ଡିଆରେ ସର୍ବାଧିକ ୭୧ ମିମି ବର୍ଷା ରେକର୍ଡ ହୋଇଛି। ଜୁନ ୧ ରୁ ଏଯାବତ ରାଜ୍ୟରେ ୩୪୧ ମିମି ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ବର୍ଷାର ୧୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ମୌସୁମୀ ବର୍ଷରେ ଏଯାବତ ୬ ଟି ଜିଲ୍ଲାରେ ଅତ୍ୟଧିକ ଵର୍ଷା ରେକର୍ଡ କରାଯାଇଛି। ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ୪ ଜିଲ୍ଲା ମୟୂରଭଞ୍ଜ ,ବାଲେଶ୍ୱର, ଦେଓଗଡ଼ ଏବଂ ସମ୍ବଲପୁରରେ ନିଅଣ୍ଟିଆ ବର୍ଷା ରେକର୍ଡ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ