Friday, October 31, 2025
24.2 C
Odisha

    ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ୍, କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ ତାହା ବୁଲି ଦେଖିଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ । କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟାଳୟକୁ ଠିକ୍ ଭାବେ ଆସୁଛନ୍ତି କି ନାହିଁ । ସଠିକ ସମୟରେ ଅଫିସ ଆସୁଛନ୍ତି କି ନାହିଁ ତାହା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ୧୦ ଟା ୧୫ରେ ଅଚାନକ ରାଜୀବ ଭବନରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉନ୍ନୟନ କମିଶନରଙ୍କ ସହ ପୂରା ବିଭାଗ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ରାଜ୍ୟ ହାଇଡ୍ରୋ ଲୋଜିକାଲ ଡାଟା ସେଣ୍ଟର ମଧ୍ୟ ବୁଲି ଦେଖିଥିଲେ ।ରାଜ୍ୟରେ ଡ୍ୟାମର ସ୍ଥିତି ୱାଟର ଲେବୁଲ ବିଷୟରେ ଅବଗତ ହୋଇଥିଲେ । ଏହି ବିଭାଗର ସମସ୍ତ ମହଲରେ ଥିବା ଅଧିକାରୀଙ୍କ ଚାମ୍ବର ସହ ସମ୍ମିଳନୀ କକ୍ଷକୁ ବି ଯାଇ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ଡ୍ୟାମ, ନଦୀ ବନ୍ଦ, ଜଳ ସମ୍ପଦର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳଚଞ୍ଚଳ ହେବ ରାଜୀବ ଭବନ ଆଉ ସ୍ମାଟ ହେବ କାର୍ଯ୍ୟାଳୟ । ବିଭାଗର ଅଧିକାରୀ ମାନେ ଭଲ କାମ କରୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଟାର୍ଗେଟ ୧୫ ଲକ୍ଷ ହେକ୍ଟର ଜମିର ଜଳ ସେଚନ ପାଇଁ ମିଶନ ମୋଡ଼ରେ କାମ କରିବାକୁ ନିର୍ଦ୍ଦେଶ ଦେଇଛି । ଅଧିକରୁ ଅଧିକ ଜଳ ସଂରକ୍ଷଣ ପାଇଁ ବିଭାଗକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.2 ° C
    24.2 °
    24.2 °
    88 %
    1.1kmh
    84 %
    Fri
    24 °
    Sat
    29 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ