Tuesday, April 7, 2026
35.3 C
Odisha

    ମୁଣ୍ଡ ନୁଆଁଇଲେ କେନ୍ଦ୍ର ସରକାର, ଆରାବଳୀରେ ହେବନି ଖଣି ଖନନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆରାବଳୀ ସୁରକ୍ଷା ପାଇଁ ମୁଣ୍ଡ ନୁଆଁଇଲେ କେନ୍ଦ୍ର ସରକାର । ଏଥର ଆରାବଳୀରେ ହେବନି ଖଣି ଖନନ । ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ଏହି ପର୍ବତମାଳା । ଆରାବଳୀକୁ ବଞ୍ଚାଇବା ପାଇଁ ସାରା ଦେଶରେ ତେଜିଥିଲା ବିରୋଧର ସ୍ୱର । ସରକାର କହିଛନ୍ତି, ଆମେ ସମ୍ପୂର୍ଣ୍ଣ ଆରାବଳୀକୁ ସୁରକ୍ଷା ଦେବୁ । କୌଣସି ମାଇନିଂ ହେବନି । ଖନନ ପାଇଁ ଲିଜ୍ ଦିଆଯିବାନହିଁ ।

    ଏବେ ସମଗ୍ର ଆରାବଳୀ ଅଞ୍ଚଳରେ କୌଣସି ନୂଆ ଖଣି ଲାଇସେନ୍ସ କିମ୍ବା ଲିଜ୍ ପ୍ରଦାନ କରାଯିବ ନାହିଁ । ଏହି ନିଷେଧ ସମଗ୍ର ଆରାବଳୀ ରେଞ୍ଜ, ଗୁଜରାଟ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀରେ ସମାନ ଭାବରେ ପ୍ରଯୁଜ୍ୟ ହେବ । ଏହା ବେଆଇନ ଖଣି ଖନନକୁ ରୋକିବାରେ ସାହାଯ୍ୟ କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

    ଏହି ପଦକ୍ଷେପ ପଛରେ ସରକାରଙ୍କ ପ୍ରାଥମିକ ଉଦ୍ଦେଶ୍ୟ ହେଉଛି, ପର୍ବତମାଳାରେ ବେଆଇନ ଏବଂ ଅନିୟନ୍ତ୍ରିତ ଖଣି ଖନନକୁ ସମ୍ପୂର୍ଣ୍ଣ ବନ୍ଦ କରିବା । ସରକାର କହିଛନ୍ତି ଯେ, ସଂରକ୍ଷିତ ଅଞ୍ଚଳକୁ ବିସ୍ତାର କରାଯିବ । ଆରାବଳୀ ପର୍ବତମାଳାକୁ ସୁରକ୍ଷା ଦେବାରେ କୌଣସି ସାଲିସ କରାଯିବ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ।

    ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି । ଏହା ବ୍ୟତୀତ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEF&CC) ଭାରତୀୟ ବନ ଗବେଷଣା ଏବଂ ଶିକ୍ଷା ପରିଷଦ (ICFRE) କୁ ଆରାବଳୀ ଅଞ୍ଚଳର ଅତିରିକ୍ତ ଅଞ୍ଚଳ କିମ୍ବା ଜୋନ୍ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହାଦ୍ୱାରା ଏହିସବୁ ସ୍ଥାନଗୁଡ଼ିକରେ ବି ଖଣି ଖନନ ନିଷିଦ୍ଧ କରାଯାଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ