ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟରେ ପୁଳା ପୁଳା ସାପ । ବ୍ୟାଗ ଭିତରୁ ବାହାରିଲା ୪୭ ବିରଳ ସାପ । ବିଷାକ୍ତ ସାପକୁ ଦେଖି ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି । ବିଦେଶକୁ ସାପ ଚାଲାଣ କରୁଥିବା ବ୍ୟକ୍ତଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସରିସୃପ ଚାଲଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବ୍ୟକ୍ତି ଜଣକ ଥାଇଲାଣ୍ଡରୁ ଉଡ଼ାଣ ଭରିଥିଲେ । ସେଠାରୁ ୪୮ ପ୍ରଜାତିର ସାପ ଏବଂ କଇଁଛ ଚାଲାଣ ଅଭିଯୋଗରେ ଗିରଫ କରିଛି କଷ୍ଟମ ବିଭାଗ ।
ତେବେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ, ଜବତ ହୋଇଥିବା ସାପ ଓ କଇଁଚ୍ଛକୁ ଥାଇଲାଣ୍ଡକୁ ଫେରାଯିବ । ସୁରକ୍ଷା ଏଜେନ୍ସୀ ଯାତ୍ରୀଙ୍କ ବିପକ୍ଷରେ ସମ୍ବନ୍ଧୀୟ ଧାରାରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଯାତ୍ରୀଙ୍କ ଚେକ୍ ଇନ୍ ବ୍ୟାଗରୁ ମିଳିଥିବା ସାପ ଏବଂ କଇଁଚ୍ଛ ମଧ୍ୟରେ ୩ ପ୍ରଜାତିର ସାପ ମିଳିଛନ୍ତି । ଏହାକୁ ଭାରତରେ ବିଭିନ୍ନ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅଧିନରେ ଜବତ କରାଯାଇଛି ।
ସୂଚନାଯୋଗ୍ୟ, ନିକଟରେ ବ୍ୟାଂକକରୁ ଚେନ୍ନାଇ ଚାଲାଣ ବେଳେ ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଥିଲା ୯ଟି ବିଦେଶୀ ସାପ । ତା ସହିତ ବିରଳ କଇଁଛ ଓ ଗୋଧି ମଧ୍ୟ ଜବତ କରାଯାଇଥିଲା । ତାମିଲିମନାଡୁର ଜଣେ ଯାତ୍ରୀଙ୍କୁଠାରୁ ଏସବୁ ସରୀସୃପ ଉଦ୍ଧାର କରିଥିଲା କଷ୍ଟମ ବିଭାଗ । ସରୀସୃପଗୁଡ଼ିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ସେଗୁଡ଼ିକ କାହା ପାଖକୁ ଚାଲାଣ ହେଉଥିଲା, ତାର ତଦନ୍ତ କରାଯାଇଥିଲା ।