Monday, September 28, 2026
30.3 C
Odisha

    ରୁଷିଆରେ ଆଳୁ ସଙ୍କଟ: ଚିନ୍ତାରେ ପୁଟିନ୍

    ଆଗକୁ ପଢନ୍ତୁ

    ମସ୍କୋ:ୟୁକ୍ରେନ ପକ୍ଷରୁ ରୁଷିଆ ଉପରେ ଡ୍ରୋନ୍ ଆକ୍ରମଣ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଅସ୍ଥିର କରିଦେଇଛି।   ଆକ୍ରମଣ ଏପରି ଥିଲା ଯେ, ଏହା ରୁଷିଆର ଆଭ୍ୟନ୍ତରରେ ପହଞ୍ଚିଥିଲା। ଯାହାକୁ ନେଇ ରୁଷିଆ କଳ୍ପନା ମଧ୍ୟ କରି ନଥିଲା।କିନ୍ତୁ ଏବେ ବିଶ୍ୱର ସବୁଠାରୁ ଅଧିକ ଆଳୁ ଖାଉଥିବା ଦେଶ ରୁଷିଆର ଲୋକଙ୍କ ଥାଳିରୁ ଆଳୁ ଅଦୃଶ୍ୟ ହେବା ଆରମ୍ଭ କରିଛି। ଦେଶରେ ଆଳୁ ଦର ଏବେ ଆକାଶଛୁ୍ଆଁ ହେବରେ ଲାଗିଛି।  ଏହି ସଙ୍କଟ ନେଇ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ  ଚିନ୍ତା ପ୍ରକାଶ କରିଛନ୍ତି।

    ଏହି ସଙ୍କଟ ସରକାରଙ୍କୁ ଦୋହଲାଇ ଦେଇଛି। ଉପପ୍ରଧାନମନ୍ତ୍ରୀ ଦିମିତ୍ରୀ ପାତ୍ରୁଶେଭ ସ୍ୱୀକାର କରିଛନ୍ତି ଯେ, ସରକାର ଆବଶ୍ୟକ ପଦକ୍ଷେପ ନେବାରେ ବିଳମ୍ବ କରିଛନ୍ତି। ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେଙ୍କୋ ମଧ୍ୟ ଏହି ସଙ୍କଟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି।

    ଏହି ସଙ୍କଟ ପଛରେ କେବଳ ଗୋଟିଏ କାରଣ ନାହିଁ, ବରଂ ଅନେକ କାରଣ ପରସ୍ପର ସହିତ ଜଡିତ ରହିଥିବା କୁହାଯାଉଛି। ସବୁଠାରୁ ବଡ଼ କାରଣ ହେଉଛି ୨୦୨୪ ମସିହାର ଖରାପ ଫସଲ। ଗତ ବର୍ଷ ତୁଳନାରେ ଆଳୁ ଉତ୍ପାଦନ ପ୍ରାୟ ୧୨ ପ୍ରତିଶତ ହ୍ରାସ ପାଇଛି। ମୋଟ ଉତ୍ପାଦନ ମାତ୍ର ୧୭.୮ ନିୟୁତ ଟନ୍ ଥିଲା।

    ଏହାର ପ୍ରମୁଖ କାରଣ ଥିଲା ଖରାପ ପାଗ, ବିହନ ଆଳୁର ଅଭାବ ଏବଂ ଚାଷ ଅଞ୍ଚଳ ହ୍ରାସ। ୨୦୨୩ ମସିହାରେ, ରୁଷିଆରେ ଏତେ ପରିମାଣରେ ଆଳୁ ଉତ୍ପାଦନ ହୋଇଥିଲା ଯେ, ଦର ବହୁତ ହ୍ରାସ ପାଇଥିଲା। ଏହା ଚାଷୀମାନଙ୍କୁ କ୍ଷତି ପହଞ୍ଚାଇଥିଲା ଏବଂ ସେମାନେ ୨୦୨୪ ମସିହାରେ ଆଳୁ ବଦଳରେ ତେଲ ବିହନ, ସୁଗାର ବିଟ୍ ଭଳି ଫସଲ ଚାଷ କରିବା ଆରମ୍ଭ କରିଥିଲେ।ଆଳୁ ରୁଷିଆରେ ଏକ ସାଧାରଣ ପରିବା ନୁହେଁ, ବରଂ ସଂସ୍କୃତିର ଏକ ଅଂଶ। ପିଟର ଦି ଗ୍ରେଟ୍‌ଙ୍କ ସମୟରେ ଏହାକୁ ପଶ୍ଚିମରୁ ଅଣାଯାଇଥିଲା। ପ୍ରାରମ୍ଭରେ ଲୋକମାନେ ଏହାକୁ ବିଷ ବୋଲି ଭାବୁଥିଲେ, କିନ୍ତୁ ଧୀରେ ଧୀରେ ଏହା ସାଧାରଣ ଲୋକଙ୍କ ଖାଇବା ଥାଳିରେ ସ୍ଥାନ ପାଇଥିଲା। ୧୯୮୦ଦଶକରେ ଯେତେବେଳେ ମ୍ୟାକଡୋନାଲ୍ଡସ୍ ରୁଷିଆକୁ ଆସିଥିଲେ, ସେତେବେଳେ ମଧ୍ୟ ସେମାନେ ମଣିଷ ଖାଇବା ଯୋଗ୍ୟ ଉପଯୁକ୍ତ ଆଳୁ ପାଇ ନଥିଲେ। ପ୍ରାରମ୍ଭରେ ପୋଲାଣ୍ଡରୁ ଆଳୁ ଆମଦାନି କରାଯାଉଥିଲା, ପରେ ମଣିଷ ଖାଇବା ଯୋଗ୍ୟ ଉପଯୁକ୍ତ ଆଳୁ ରୁଷିଆରେ ଚାଷ ହେବା ଆରମ୍ଭ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ