Thursday, September 19, 2024
25.2 C
Odisha

    ମୁହଁରେ ବରଫ ଘଷିବାର ଫାଇଦା

    ଆଗକୁ ପଢନ୍ତୁ

     

    ସୌନ୍ଦର୍ଯ୍ୟପ୍ରେମୀମାନେ ଅନେକ ସମୟରେ ମୁହଁରେ ବରଫ ଘଷିବାର ଫାଇଦା ସମ୍ପର୍କରେ କହିଥାନ୍ତି । ଏପରିକି ଆଲିଆ ଭଟ୍ଟ ଙ୍କ ପରି ସୁନ୍ଦରୀ ଅଭିନେତ୍ରୀମାନେ ମଧ୍ୟ ଅନେକ ସମୟରେ ସ୍କିନ କେୟାର ରେ ବରଫକୁ ସାମିଲ କରିବାର ଦେଖିବାକକୁ ମିଳିଛି । ଏହି ଆଇସ ଥେରାପିରୁ ଅନେକ ଗୁଡିଏ ଉପକାର ମିଳିଥାଏ ।  ଆଇସ ଥେରାପି ରକ୍ତ ସଂଚାଳନ ବଢାଇ ମୁହଁର ତ୍ଵଚାକୁ ଏକ ସୁସ୍ଥ ଚମକ ଦେଇଥାଏ । ପ୍ରାୟତଃ ସକାଳର ସ୍କିନ କେୟାର ରୁଟିନରେ ଆଇସ ଥେରାପି କୁ ସାମିଲ କରିବା ଦ୍ଵାରା ଏହା ମୁହଁର ଫୁଲାପଣକୁ କମ କରିଥାଏ ଏବଂ ଫ୍ରେଶ ଅନୁଭବ କରାଇ ଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଚୁ ତ୍ଵଚାରେ ବରଫ ଘଷିବା ଦ୍ଵାରା ମିଳୁଥିବା ଫାଇଦା ଗୁଡିକର ଏକ ତାଲିକା । ଏସବୁ ପଛରେ କୌଣସି ବୈଜ୍ଞାନିକ ସମର୍ଥନ ଉପଲବ୍ଧ ନଥିଲେ ମଧ୍ୟ ଏହାକୁ ଆପଣେଇ ଥିବା ମହିଳା ମାନେ ପାଇଥିବା ଫଳାଫଳ ଓ ଅନୁଭବ ସବୁ ଏହାର ଉପକାରିତାକୁ ପ୍ରମାଣିତ କରିଥାଏ । ତେବେ ଚାଲନ୍ତୁ ଆଗେଇବା ଆଜିର ଭିଡ଼ିଓରେ ।

    ମୁହଁରେ ବରଫ ଘଷିବା ଦ୍ଵାରା ମିଳୁଥିବା ଫାଇଦା :

    ପ୍ରଥମତଃ ଏହା ସ୍କିନ ର ଫୁଲପଣ କୁ କମ କରିଥାଏ । ଅତିରିକ୍ତ ଲିମ୍ଫାଟିକ ଫ୍ଲୁଇଡ କୁ ବାହାର କରି ଏହା ମୁହଁ ଫୁଲା କୁ କମ କରିଥାଏ ଏବଂ ତ୍ଵଚାକୁ ଏକ ସତେଜତା ପ୍ରଦାନ କରିଥାଏ ।

    ଏହା ଆଖି ତଳେ ଦେଖା ଯାଉଥିବା ଫୁଲାପଣ ବା ଅଣ୍ଡରଆଇ ବ୍ୟାଗର ଆପିଅରାନ୍ସ କୁ କମ କରିଥାଏ । ସକାଳୁ ଉଠିବା ପରେ କିମ୍ବା ଅନ୍ୟ କୌଣସି କାରଣରୁ ଯଦି ଆପଣଙ୍କ ଆଖି ଫୁଲିଛି ତେବେ ସେହି ଉପରେ ଧୀରେ ଧୀରେ କରି ବରଫ ଘଷିବା ଫଳରେ ଏହି ଫୁଲା କମି ଯାଇଥାଏ ।

    ମୁହଁରେ ବରଫ ଘଷିବାର ଅନ୍ୟ ଏକ ଫାଇଦା ହେଉଛି ଏହା ଚେହେରାର ଚମକ ବଢାଇ ଥାଏ । ମୁହଁର ତ୍ଵଚା ନିକଟକୁ ରକ୍ତ ସଂଚାଳନ ବଢାଇ ଏହା ଚେହେରାକୁ ଏକ ପ୍ରାକୃତିକ ସୁନ୍ଦରତା ପ୍ରଦାନ କରିଥାଏ । ଏହା ସହ ରିଙ୍କଲ୍ସ୍ ଓ ଡାର୍କ ସ୍ପଟ୍ସ କମ କରି ଏହା ଚେହେରାରେ ବୟସର ଛାପକୁ ଲୁଚାଇଥାଏ ଏବଂ ଉଜ୍ଵଳତା ବଢାଇଥାଏ ।

    ବରଫ ର ଅନ୍ୟ ଏକ ଫାଇଦା ହେଉଛି ଏହା ଖୁବ ସହଜରେ ଉପଲବ୍ଧ । ଆଇସ୍ କ୍ୟୁବ୍ ହେଉଛି ଏକ ସୁବିଧାଜନକ ଏବଂ ଶସ୍ତା ସ୍କିନ୍ କେୟାର ଟୁଲ୍ । ଏହାର ବ୍ୟବହାର ପାଇଁ ଆପଣଙ୍କୁ କୌଣସି ଫ୍ୟାନ୍ସି ଉପକରଣ କିମ୍ବା ଦାମୀ ଉତ୍ପାଦର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଫ୍ରିଜରରୁ କିଛି ବରଫ ଏବଂ ଏକ ପତଳା କପଡ଼ା । ତେଣୁ ଅଧିକାଂଶ ଲୋକଙ୍କ ପାଇଁ ଆଇସ୍ ଥେରାପି ଏକ ସହଜଲବ୍ଧ ବିକଳ୍ପ ।

    ଆଇସ ଥେରପି ସମୟରେ ଆପଣଙ୍କୁ କିଛି ଜିନିଷ ଧ୍ୟାନରେ ରଖିବାକୁ ପଡ଼ିଥାଏ । ବରଫ ର ବ୍ୟବହାର ପରେ ନିହାତି ଭାବରେ ଏକ ମୟଶ୍ଚରଇଜର ବ୍ୟବହାର କରନ୍ତୁ । ତ୍ଵଚାର ଅଧିକ ଡ୍ରାଇନେସ କିମ୍ବା ରେଡ଼ନେସ କୁ ରୋକିବା ପାଇଁ ବରଫ କୁ ଅଧିକ ସମୟ ଯାଏଁ ଚେହେରାରେ ଘସନ୍ତୁ ନାହିଁ । ବିଶେଷ କରି ଯଦି ଆପଣଙ୍କର ସେନସିଟିଭ ତ୍ଵଚା ତେବେ ଏଥିପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଆଇସ ଥେରାପୀ ସାଧାରଣତଃ ଅନେକ ଚେହେରାକୁ ଫାଇଦା ଦେଇଥାଏ ମାତ୍ର ଯଦି ଆପଣଙ୍କ ସ୍କିନ ରେ ଏହାର କିଛି ନକରାତ୍ମକ ପ୍ରଭାବ ଦେଖା ଦେଉଛି ତେବେ ଏହା ଅପଣ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ଚେହେରା ରେ କୌଣସି କସମେଟିକ procedure କିମ୍ବା laser ଟ୍ରୀଟମେନ୍ଟ ନେଉଛନ୍ତି, ତେବେ ବରଫ ବ୍ୟବହାର ପୂର୍ବରୁ ପ୍ରଥମେ ଆପଣଙ୍କ ସ୍କିନ କେୟାର ପ୍ରଫେଶନାଲ ଙ୍କ ସହ କନ୍ସଲ୍ଟ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ