Monday, September 14, 2026
30.3 C
Odisha

    ମୃତ୍ୟୁ ପରେ କ’ଣ ହୁଏ ?ଜାଣନ୍ତୁ ଯମଲୋକକୁ ଯାତ୍ରାର ରହସ୍ୟ ସମ୍ପର୍କରେ

    ଆଗକୁ ପଢନ୍ତୁ

    ମୃତ୍ୟୁ ହେଉଛି ଜୀବନର ଚରମ ସତ୍ୟ । ଆତ୍ମା ପାଇଁ ଶରୀରର ଅସ୍ତିତ୍ବ ରହିଛି । ଆତ୍ମା ଅମର । ମୃତ୍ୟୁ ପରେ ମଣିଷର ଶରୀର ମାଟିରେ ମିଶିଯାଏ କିନ୍ତୁ ଆତ୍ମା ହିଁ ଯମଲୋକକୁ ଯାତ୍ରା କରେ । ଯାହାକୁ ନେଇ ଅନେକ ସତ୍ୟତା ଗରୁଡ଼ ପୁରାଣରେ ଲୁଚି ରହିଛି ।

    ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମା ଯମଲୋକକୁ ଯାତ୍ରା କରିଥାଏ । ଯମଲୋକରେ ପହଞ୍ଚିବା ପାଇଁ ୧୬ ଟି ନଗର ଦେଇ ଆତ୍ମା ଗତି କରେ । ଏହି ଯାତ୍ରା କୌଣସି ସାମାନ୍ୟ କଥା ନୁହେଁ । ଏହି ଯିବା ବାଟରେ କ୍ଲାନ୍ତି, ତୃଷା ଭଳି ଅନେକ କଷ୍ଟ ଅନୁଭବ ହୋଇଥାଏ । ଏହି କଷ୍ଟ ସବୁ କର୍ମର ଦଣ୍ଡ ସ୍ବରୂପ ମିଳିଥାଏ । କଥାରେ ଅଛି ଆମେ ଖାଲି ହାତରେ ଆସିଛେ ଖାଲି ହାତରେ ଚାଲିଯିବା । କିନ୍ତୁ ମୃତ୍ୟୁ ପରେ କେବଳ ଆମର ଭଲ ଏବଂ ମନ୍ଦ କର୍ମର ଫଳ ଆମ ସାଙ୍ଗରେ ଯାଇଥାଏ । ଜୀବନରେ କରିଥିବା କର୍ମ ହିସାବରେ ଆତ୍ମାର ଯାତ୍ରା ସହଜ କିମ୍ବା କଷ୍ଟକର ହୋଇଥାଏ ।

    ଗରୁଡ଼ ପୁରାଣ ଅନୁସାରେ, ବୈତରଣୀ ନଦୀ ପାର ହେବା ଏହି ଯାତ୍ରାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ କଷ୍ଟକର ପର୍ଯ୍ୟାୟ ବୋଲି ବିବେଚନା କରାଯାଏ । ଯେଉଁମାନେ ଖରାପ କର୍ମ କରିଥାଆନ୍ତି ସେମାନଙ୍କ ପାଇଁ ଏହି ନଦୀ ପାର୍ କରିବା ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଯାହାକୁ ପାର୍ କରିବା ଖୁବ୍ କଷ୍ଟକର ହୋଇପଡ଼େ । କିନ୍ତୁ ଯେଉଁମାନେ ପୁଣ୍ୟ କିମ୍ବା ଭଲ କର୍ମ କରିଥାଆନ୍ତି ସେମାନଙ୍କୁ ଏହି ନଦୀ ପାର୍ କରିବାରେ କୌଣସି ବିଶେଷ ଅସୁବିଧା ହୋଇନଥାଏ ।

    ଚିତ୍ରଗୁପ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ମର ଫଳକୁ ପୋଥିରେ ଲେଖି ରଖନ୍ତି । ଏହି ପୋଥି କୌଣସି ସାମାନ୍ୟ ନୁହେଁ । ବରଂ ବ୍ୟକ୍ତିଙ୍କ ମନରେ ଚାଲିଥିବା ଚିନ୍ତାଧାରାକୁ ମଧ୍ୟ ଏଥିରେ ଲେଖାଯାଇଥାଏ । ଏହା କେବେ ଅଦୃଶ୍ୟ ହୁଏ ନାହିଁ । ଏହାର ଅର୍ଥ ହେଉଛି ଜୀବନର କୌଣସି କାର୍ଯ୍ୟ ଲୁଚି ରହେ ନାହିଁ, ଏବଂ ପ୍ରତ୍ୟେକ ହିସାବ ଏହି ପୋଥିରେ ଲିପିବଦ୍ଧ ହୋଇ ରୁହେ ।

    ଏଥିସହିତ ଯମଲୋକକୁ ପ୍ରବେଶ ପାଇଁ ଥିବା ବିଭିନ୍ନ ଦ୍ବାର ବିଷୟରେ ମଧ୍ୟ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି । ବ୍ୟକ୍ତିମାନଙ୍କ କର୍ମ ଉପରେ ଆଧାର କରି ଏହି ସବୁ ଦ୍ବାର ଖୋଲିଥାଏ । ଯେଉଁ ବ୍ୟକ୍ତି ସ୍ବାର୍ଥପର ଏବଂ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିଥାଆନ୍ତି ସେମାନଙ୍କ ପାଇଁ ଦକ୍ଷିଣ ଦ୍ବାର ଖୋଲିଥାଏ । ଯାହାର ପରିବେଶ ଖୁବ୍ କଷ୍ଟକର ଏବଂ ଦୁଃଖଦରେ ପରିପୂର୍ଣ୍ଣ ।

    ସେହିପରି ଯେଉଁମାନେ ଜୀବନରେ ନିଃସ୍ୱାର୍ଥପର, ଭଲ କାର୍ଯ୍ୟ କରିଛନ୍ତି ସେମାନଙ୍କ ପାଇଁ ଉତ୍ତର ଦ୍ବାର । ଯାହା ଶାନ୍ତି ଏବଂ ସୁଖଦ ଅନୁଭବ ଦିଏ । ଯାହା ପ୍ରତ୍ୟେକ କାର୍ଯ୍ୟ ଶେଷରେ ଆମର ଭବିଷ୍ୟତର ପଥ ନିର୍ଣ୍ଣୟ କରେ ।

    ଗରୁଡ଼ ପୁରାଣରେ ବର୍ଣ୍ଣିତ ଥିବା ଏହି ସମସ୍ତ କଥା ଭୟ ସୃଷ୍ଟି କରିବା ପାଇଁ ନୁହେଁ, ବରଂ ମାନବଜାତିକୁ ତାହାର କର୍ମ ପ୍ରତି ଜାଗ୍ରତ କରିବାର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରେ। ଏହାର ପ୍ରଥମ ଉଦ୍ଦେଶ୍ୟ ହେଉଛି ଯେ ପ୍ରତ୍ୟେକ କାର୍ଯ୍ୟର ଏକ ନିର୍ଦ୍ଦିଷ୍ଟ ପରିଣାମ ଅଛି ବୋଲି ଲୋକଙ୍କୁ ବୁଝାଇବା । ଜୀବନର ଅର୍ଥ ବୁଝାଇବା । ପ୍ରତ୍ୟେକଟି ଭଲ ଏବଂ ଖରାପ କର୍ମ ଆମ ସହିତ ଶେଷ ପର୍ଯ୍ୟନ୍ତ ରହିଥାଏ । ଯାହା ଠିକ୍ ଏବଂ ଭୁଲର ମାର୍ଗ ଦର୍ଶନ କରାଇଥାଏ ଏବଂ କର୍ମ ଅନୁଯାୟୀ ଆମକୁ ଫଳ ମିଳିଥାଏ । ଯେଉଁଠାରେ ଆତ୍ମାର କର୍ମର ହିସାବ ଦିଆଯାଏ, ଏବଂ ତଦନୁସାରେ, ଏହା ଅର୍ଚି ମାର୍ଗ (ସ୍ୱର୍ଗ), ଧୂମ ମାର୍ଗ (ପୈତୃକ ଜଗତ), କିମ୍ବା ଉତ୍ପତ୍ତି ବିନାଶ ମାର୍ଗ (ନର୍କ) ପାଇଁ ନିର୍ଦ୍ଧିଷ୍ଟ ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.3 ° C
    30.3 °
    30.3 °
    64 %
    1.9kmh
    17 %
    Mon
    30 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ