Sunday, October 4, 2026
30.6 C
Odisha

    ସକାଳେ ଖାଲି ପେଟରେ ଖାଆନ୍ତୁ ଆପଲ୍ ଭିନେଗାର, ମିଳିବ ଅନେକ ଫାଇଦା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଖରାପ ଖାଦ୍ୟପେୟ ପାଇଁ ମୋଟାପଣ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏବେ କିନ୍ତୁ କିଛି ଲୋକ ଫିଟ୍ ରହିବାକୁ ଗୁରୁତ୍ବ ଦେଉଛନ୍ତି । ଓଜନ କମାଇବା ପାଇଁ ଅନେକ ଲୋକ ଜିମ ଯାଉଛନ୍ତି ତ ଆଉ ପୁଣି ଏକ୍ସରସାଇଜ୍ ଏବଂ ଡାଏଟ୍ କରୁଛନ୍ତି । ଆଉ କିଛି ଲୋକ ବ୍ୟସ୍ତବହୁଳ ଜୀବନ ପାଇଁ ସର୍ଟକଟ ଉପାୟରେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି । ତେଣୁ ସକାଳେ ଖାଲି ପେଟରେ ଆପଲ୍ ସାଇଡର୍ ଭିନେଗାର ପିଇଥାଆନ୍ତି । ହେଲେ ଆମ ଶରୀରରେ ଉପରେ କ’ଣ ପ୍ରଭାବ ପଡ଼େ ଆପଣ ଜାଣିଛନ୍ତି କି? ତେବେ ଏହାକୁ ଖାଲିପେଟରେ ଉଷୁମ ପାଣି ସହିତ ପିଇଲେ କ’ଣ ହୁଏ ସେ ସମ୍ପର୍କରେ ଆମେ ଆଜି ଆପଣଙ୍କୁ ଜଣାଇବୁ ।

    ହଜମ ପ୍ରକ୍ରିୟାକୁ ଉନ୍ନତ କରେ :  ଅନେକ ଲୋକ ସକାଳେ କୋଷ୍ଠକାଠିନ୍ୟ ଏବଂ ହଜମ ପ୍ରକ୍ରିୟା ଭଳି ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାକୁ ରୋକିବାରେ ଆପଲ୍ ସାଇଡର ଭିନେଗାର ସାହାଯ୍ୟ କରିଥାଏ । କିନ୍ତୁ ଏହା ସମସ୍ତଙ୍କ ପାଇଁ ଲାଭକାରୀ ହୋଇନଥାଏ ।

    ଓଜନ ହ୍ରାସ କରେ : ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଆସେଟିକ୍ ଏସିଡ୍ ମେଟାବୋଲେଜିମକୁ ବୃଦ୍ଧି କରିଥାଏ । ତେଣୁ ଏହାକୁ ପିଇବା ଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ଏହା ଆପଣଙ୍କୁ ସାରା ଦିନ କମ୍ କ୍ୟାଲୋରୀ ଗ୍ରହଣ କରିବାରେ ସାହାଯ୍ୟ କରେ, ଯାହା ଓଜନ ଏବଂ ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିପାରେ । କିନ୍ତୁ କେବଳ ଭିନେଗାର ପିଇ ଓଜନ କମାଇବା ସମ୍ଭବ ନୁହେଁ। ଏଥିପାଇଁ ସୁସ୍ଥ ଖାଦ୍ୟ, ବ୍ୟାୟାମ ଏବଂ ଭଲ ଜୀବନଶୈଳୀ ମଧ୍ୟ ଆବଶ୍ୟକ।

    ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରେ : ଏହା ମଧୁମେହ କିମ୍ବା ଇନସୁଲିନ୍ ପ୍ରତିରୋଧକତା ଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଆପଲ୍ ସାଇଡର୍ ଭିନେଗାର ଶରୀରର ଇନସୁଲିନ୍ ପ୍ରତିକ୍ରିୟାରେ ସାମାନ୍ୟ ସୁଧାର ଆଣିପାରେ। ସକାଳେ ଖାଲି ପେଟରେ ACV ପିଇବା ଦ୍ୱାରା ଶରୀରର ଇନସୁଲିନ୍ ସମ୍ବେଦନଶୀଳତା ଉନ୍ନତ ହୁଏ, ଯାହା ଖାଇବା ପରେ ରକ୍ତ ଶର୍କରା ସ୍ପାଇକ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ତଥାପି ଯେଉଁମାନଙ୍କର ଡାଇବେଟିସ୍ ସମସ୍ୟା ରହିଛି ସେମାନେ ଏହାକୁ ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

    ହାର୍ଟ ସମସ୍ୟାକୁ ଦୂର କରେ : ଆପଲସାଇଡ଼ର ଭିନେଗାରରେ ଅଧିକ ଲିପୋପ୍ରୋଟିନ ରହିଥାଏ । ଏଥିରେ ଟ୍ରାଇଗ୍ଲିସେରାଇଡ ମଧ୍ୟ ରହିଥାଏ । ଏହି ସବୁ ଉପାଦାନ ହାର୍ଟ ପାଇଁ ଅତ୍ୟନ୍ତ ହିତକର ବୋଲି ପ୍ରମାଣିତ ହୋଇ ଆସୁଛି । ତେଣୁ ଏହାକୁ ପିଇବା ଦ୍ବାରା କୋଲେଷ୍ଟ୍ରୋଲର ମାତ୍ରାକୁ କମ୍ କରିଥାଏ । ଫଳରେ ହାର୍ଟ ଜନିତ ସମସ୍ୟାର ଆଶଙ୍କାକୁ କମ୍ କରିଥାଏ ।

    ତ୍ବଚା ସମସ୍ୟାକୁ ଦୂର କରେ : ଶୁଷ୍କ ତ୍ବଚା ଓ ଏକଜିମା ଭଳି ଚର୍ମ ରୋଗ ପାଇଁ ଆପଲ ସାଇଡ଼ର ଭିନେଗାରକୁ ବ୍ୟବହାର କରାଯାଇଥାଏ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆପଲ ସାଇଡର ଭିନେଗାରକୁ ପାଣିରେ ମିଶାଇ ତ୍ବଚାରେ ଲଗାନ୍ତୁ  । ଯାହା ଆମ ଶରୀରର ନ୍ୟାଚୁରାଲ PHସ୍ତରକୁ ଠିକ ରଖିଥାଏ । କିନ୍ତୁ ଏହା ସମସ୍ତଙ୍କ କ୍ଷେତ୍ରରେ ସମାନ ହୋଇ ନଥାଏ । ତେଣୁ ପ୍ରଥମେ ଆପଣ ଏହାକୁ ପ୍ୟାଚ ଟେଷ୍ଟ କରି ହିଁ ବ୍ୟବହାର କରିବା ଆବଶ୍ୟକ ଏବଂ ଏହି ଭିନେଗାରକୁ ପାଣିରେ ମିଶାଇ ବ୍ୟବହାର କରିବା ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ