Saturday, October 10, 2026
22.4 C
Odisha

    ମୋଦୀଙ୍କୁ ନବୀନଙ୍କ କାଉଣ୍ଟର : ଜୁନ୍‌ ୧୦ ନୁହେଁ ଆଗାମୀ ୧୦ ବର୍ଷରେ ବି ଓଡ଼ିଶାରେ ଆସିବନି ବିଜେପି ସରକାର

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଦେଇଥିବା ମନ୍ତବ୍ୟର କଡା ଜବାବ ଦେଇଛନ୍ତି ନବୀନ। ଓଡ଼ିଶରେ ବିଜେପି ସରକାର ଗଠନ ନେଇ ମୋଦୀ ଦେଇଥିବା ତାରିଖକୁ କଟାକ୍ଷ କରି ନବୀନ କହିଛନ୍ତି ଜୁନ୍‌ ୧୦ ନୁହେଁ ଆଗାମୀ ୧୦ ବର୍ଷରେ ବି ଓଡ଼ିଶାରେ ଆସିବନି ବିଜେପି ସରକାର। ଓଡ଼ିଶାର ଲୋକ ଜାଣନ୍ତି କିଏ କଣ କରୁଛି, ଏଣୁ ବିଜେପି ଖାଲି ଅଜଥା କଥା କହିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ‘ ମୋର କଣ ମନେ ଅଛି କି ନାହିଁ ଓଡ଼ିଶାବାସୀ ୨୪ ବର୍ଷ ହେଲା ଜାଣିଛନ୍ତି’ ହେଲେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ କେତେ ମନେ ରଖିଛନ୍ତି ତାହା କୁହନ୍ତୁ। ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ। ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ଓଡ଼ିଶାକୁ ଟଙ୍କା ଟିଏ ଦେଲେ ନାହିଁ। ସଂସ୍କୃତକୁ ହଜାରେ କୋଟି ଦେଲେ ହେଲେ ଓଡ଼ିଶାକୁ କଣ ହେଲେ। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ୨ ଥର ପ୍ରସ୍ତାବ ଦେଇଥିଲି କିନ୍ତୁ ମୋ ପ୍ରସ୍ତାବ ଆପଣ ୨ ଥର ପ୍ରତ୍ୟାଖ୍ୟାନ କଲେ। ଏହା କଣ ଆପଣଙ୍କର ଓଡ଼ିଶାକୁ ଭଲ ପାଇବା ବୋଲି ନବୀନ କହିଛନ୍ତି।

    ନବୀନ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାରେ ବହୁତ ବରପୁତ୍ର ଅଛନ୍ତି, କେହି ଜଣେ ଆପଣଙ୍କୁ ଭାରତରତ୍ନ ପାଇଁ ଠିକ୍ ଲାଗିଲେନି। ଭାରତରତ୍ନ ଦେଲା ବେଳେ ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ? ବିଜୁ ବାବାୁ କେବଳ ଓଡ଼ିଶା ନୁହଁନ୍ତି ଦେଶ ଓ ବିଦେଶରେ ମଧ୍ୟ ଭାରତର ଏକ ପରିଚିତ ଚେହେରା ଥିଲେ। ହେଲେ ଆପଣ ଭାରତରତ୍ନ ବାଣ୍ଟିଲା ବେଳେ ଓଡ଼ିଶାର ଏହି ବରପୁତ୍ରଙ୍କୁ ଭୁଲି ଗଲେ। ଚାଷୀଙ୍କ ପାଇଁ MSP ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ,ତାକୁ ମଧ୍ୟ ଭୁଲିଗଲେ। କୋଷ୍ଟାଲ୍ ହାଇୱେ କରିବାର ଥିଲା, ତାହା ବି ଭୁଲିଗଲେ। କେବଳ ପ୍ରତିଶ୍ରୁତି ଦେଲେ ହେଲେ ତାହା ପୂରଣ ହେଲା ନାହିଁ। କୋଇଲା ରୟାଲଟି ବୃଦ୍ଧି ୧୦ ବର୍ଷ ହେଲା ଭୁଲି ଯାଇଛନ୍ତି। କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ହେବନି’ -୨୦୧୪ ଓ ୨୦୧୯ରେ ନିଜେ ଦେଇଥିବା ପ୍ରତିଶ୍ରୁତି ମନେ ରଖିଛନ୍ତି କି ବୋଲି ନବୀନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ