Saturday, July 27, 2024
24.6 C
Odisha

    ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ସମ୍ପନ୍ନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୧/୦୫ : ରୋଗୀଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଚିକିତ୍ସା ଭାବେ ଉଭା ହୋଇଥିବା ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍ ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ସମ୍ପନ୍ନ ହୋଇଛି ।
    ଏହି ପ୍ରକ୍ରିୟା ପରିଚାଳନା କରିଥିବା ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ
    କୁମାର ପାତ୍ର କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ପରେ ରୋଗୀ ଯବଣାରୁ ମୁକ୍ତି ପାଇଥାଏ । ସେହିପରି ଆର୍ଥ୍ରାଇଟିସ୍‌
    ସମସ୍ୟା ଯୋଗୁଁ ସୃଷ୍ଟି ହେଉଥିବା ଆଣ୍ଠୁ ଯବଣା ମଧ୍ୟ ସମ୍ପୂର୍ଣ୍ଣ ଦୂର ହୋଇଥାଏ ବୋଲି ସେ କହିଛନ୍ତି । ଯବଣା ମୁକ୍ତ ହେବା ସହ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଦ୍ୱାରା ଆଣ୍ଠୁରେ ନଷ୍ଟ ହୋଇଥିବା ହାଡ ଓ କାର୍ଟିଲେଜକୁ ବାହାର କରାଯାଇ କୃତ୍ରିମ ଅଂଶ ଲଗାଯାଇଥାଏ ଯାହା ଦ୍ୱାରା ଆଣ୍ଠୁ ସାଧାରଣ ଭାବେ କାର୍ଯ୍ୟକ୍ଷମ ହୋଇଥାଏ । ଏହା ଦ୍ୱାରା ମଣିଷର ଜୀବନଧାରାରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ସେ କହିଛନ୍ତି ।
    ଡାକ୍ତର ପାତ୍ର କହିଛନ୍ତି ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ଡାହାଣ ଆଣ୍ଠୁରେ ଯବଣା ଓ ସମସ୍ୟା ନେଇ ଜଣେ
    ମହିଳା ରୋଗୀ ହସ୍ପିଟାଲ୍‌କୁ ଆସିଥିଲେ । ସେହି ସମୟରେ ସେ ଠିକ୍ ଭାବେ ଚାଲିପାରୁ ନଥିଲେ ।
    ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ଡାହାଣ ଆଣ୍ଠୁରେ ଆଡ୍‌ଭାନ୍ସଡ ଅଷ୍ଟିଓଆର୍ଥ୍ରାଇଟିସ୍ ସମସ୍ୟା ଥିବା ସହ
    ହାଡ଼ କ୍ଷୟ ପାଇଥିବା ଜଣାପଡ଼ିଥିଲା । ଏଥି ସହିତ ତାଙ୍କର ରକ୍ତହୀନତା, ରକ୍ତଚାପ ଓ ହାଇପୋଥାଇରଏଡ୍ ସମସ୍ୟା
    ଥିବାର ଜଣାପଡ଼ିଥିଲା ବୋଲି ସେ କହିଛନ୍ତି ।
    ତାଙ୍କର ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ କରିବାର ଯୋଜନା କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା, ଗୁରୁତର
    ଅଷ୍ଟିଓ ପୋରୋସିସ୍ ଓ ହାଡ଼ କ୍ଷୟକୁ ଦୃଷ୍ଟିରେ ରଖି ଖୁବ୍ ଯତ୍ନର ସହ ଆଣ୍ଠୁରେ ଇମପ୍ଳାଂଟ ଲଗାଯିବା ସହ ବୋନ୍‌
    ସିମେଂଟ ସହ ପ୍ରତ୍ୟାରୋପଣ କରାଯାଇଥିଲା । ଅସ୍ତ୍ରୋପଚାର ସମୟରେ କିମ୍ବା ପରେ କୌଣସି ସମସ୍ୟା ରୋଗୀଙ୍କ
    ଠାରେ ଦେଖା ଦେଇନଥିବା ଡାକ୍ତର ପାତ୍ର କହିଛନ୍ତି । ଏହି ଅସ୍ତ୍ରୋପଚାରରେ ହସ୍ପିଟାଲ୍‌ର ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ଶାରଦା ପ୍ରସନ୍ନ ଦାଶ ଓ ଅନ୍ୟ ଓଟି କର୍ମଚାରୀମାନେ ସହଯୋଗ କରିଥିଲେ । ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି ଯେ ଗତ ୧ ମାସ ମଧ୍ୟରେ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ହିପ୍ ରିପ୍ଲେସ୍‌ମେଂଟ ଓ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ସହ ପ୍ରାୟ ୨୫ଟି ଅସ୍ତ୍ରୋପଚାର କରାଯାଇଛି । ଏଥିରେ ଇଏନ୍‌ଟି, ଗାଏନାକୋଲୋଜି ଏବଂ ୟୁରୋଲୋଜି ବିଭାଗ ପକ୍ଷରୁ ମଧ୍ୟ ରୋଗୀମାନଙ୍କର ବିଭିନ୍ନ ଅସ୍ତ୍ରୋପଚାର ସାମିଲ ଅଛି ବୋଲି
    ସେ କହିଛନ୍ତି । ଗତ ଫେବୃଆରୀ ୧୪ ତାରିଖରେ ଉଦ୍‌ଘାଟିତ ହୋଇଥିବା ଏହି ହସ୍ପିଟାଲ୍‌ରେ ୬ ମୋଡୁଲାର ଓଟି ଓ ୪୦ଟି ଆଇସିୟୁ ବେଡ୍ ଥିବା ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ