Friday, April 3, 2026
39 C
Odisha

    ଯାଜପୁର ଜିଲ୍ଲା ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ଡାଇରିଆରେ ପରେ ହଇଜା ସଂକ୍ରମଣ ବ୍ୟାପିବା ପରେ ସ୍ଥିତିର ଅନୁଧ୍ୟାନ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଧର୍ମଶାଳାରେ ପହଞ୍ଚି ରୋଗୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, କଟକ ଏସସିବିରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାମ କରୁଛନ୍ତି। ସରକାର ଡାଇରିଆକୁ ପ୍ରତିହିତ କରିବାକୁ ପୁରାପୁରି ପ୍ରସ୍ତୁତ ଅଛନ୍ତି। ଝାଡ଼ାବାନ୍ତି ହେଉଥିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଆସିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଜି କେନ୍ଦ୍ରୀୟ ଟିମ୍‌ ବି ଓଡ଼ିଶାଗସ୍ତରେ ଆସୁଛନ୍ତି।ଯାଜପୁର ଜିଲ୍ଲାରେ ଡାଇରିଆର ବ୍ୟାପିବାର କାରଣ ହଇଜା (କଲେରା) ଜୀବାଣୁ ହୋଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଜିଲ୍ଲାର ପରିସ୍ଥିତି ସଂପର୍କରେ ଅବଗତ ହେବା ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶାଗସ୍ତରେ ଆସୁଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ