Friday, October 18, 2024
25 C
Odisha

    ଯାତ୍ରାରେ ଗଣ୍ଡଗୋଳରୁ ଯୁବକଙ୍କୁ ନିର୍ମମ ହତ୍ୟା

    ଆଗକୁ ପଢନ୍ତୁ

    : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଲିଆପାଲି (ପୁରୁମୁଣ୍ଡା) ପଞ୍ଚାୟତ ଗୁଦୁଗୁଦା ସାପ୍ତାହିକ ବଜାରରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଯାତ୍ରାରେ ଗଣ୍ଡଗୋଳରୁ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ବାଉଁଶୁଣି ଥାନା ଡିମିରିପାଲି ଗ୍ରାମର ସୁବ୍ରତ ସେଠୀ (୨୨) । ତାଙ୍କ ପେଟରୁ ଅନ୍ତବୁଜୁଲା ବାହାରି ପଡିଥିବାରୁ ଧାରୁଆ ଅସ୍ତ୍ର ଭୂଷା ଯାଇଥିବା ପୁଲିସ ଅନୁମାନ କରିଛି । ପ୍ରଥମେ ତାଙ୍କୁ ବାଉଁଶୁଣି ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ବୁର୍ଲା ଡାକ୍ତରଖାନାରେ ଶୁକ୍ରବାର ଭୋରରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁବାର ରାତି ପ୍ରାୟ ସାଢେ ୧୧ଟାରେ ସେ ବାଇକ୍ ଧରି ମନମୁଣ୍ଡା ଥାନା ମନୁପାଲି ପଞ୍ଚାୟତ ଜମଟାଙ୍ଗୀକୁ ଅପେରା (ଯାତ୍ରା) ଦେଖିବାକୁ ଆସିଥିଲେ । ତେବେ ତାଙ୍କୁ ସେଠାରୁ ପ୍ରାୟ ୫୦୦ ମିଟର ଦୂର ଅନ୍ୟ ପଞ୍ଚାୟତ ଗୁଦୁଗୁଦା ସାପ୍ତାହିକ ବଜାରରେ ଆକ୍ରମଣ କରାଯାଇଥିଲା । ସୁବ୍ରତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ତାଙ୍କ ସମ୍ପର୍କୀୟ ଭାଇ ବଡଡୁଙ୍ଗୁରିପାଲି ଗ୍ରାମର ଜଗନ ସେଠୀ ସୁବ୍ରତଙ୍କ ଘରକୁ ଯାଇ ରାତି ପ୍ରାୟ ସାଢେ ୩ଟାରେ ଜଣାଇଥିଲା । ତାଙ୍କ ଗୋପାଳକୃଷ୍ଣ ଘଟଣା ସ୍ଥଳକୁ ଆସିବା ବେଳକୁ ସୁବ୍ରତଙ୍କୁ ବାଉଁଶୁଣି ଡାକ୍ତରଖାନା ନିଆ ଯାଇଥିଲା । ତେବେ ସୁବ୍ରତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବାପା ଗୋପାଳକୃଷ୍ଣ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ରାମ କୁମାର ମୁର୍ମୁ କହିଛନ୍ତି ।
    ସୂଚନାଯୋଗ୍ୟ, ଗୁରୁବାର ଅପେରାରେ ଦର୍ଶକଙ୍କ ପ୍ରବଳ ଭିଡ ହୋଇଥିଲା । ଆସନ (ସିଟ୍‌)କୁ ନେଇ ଅପେରାରେ ଗଣ୍ଡଗୋଳ ହୋଇଥିଲା । କମିଟି ସଭ୍ୟମାନେ ବୁଝାସୁଝା କରିଥିଲେ । ଏହି ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରି କେତେଜଣଙ୍କୁ ଥାନାକୁ ଆଣି ପଚରାଉଚୁରା ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ