Tuesday, September 29, 2026
30.1 C
Odisha

    ରନ୍‌ୱେରୁ ଖସିଗଲା ମିଆଁମାର ସେନା ବିମାନ; ୨ ଜଣ ଆହତ

    ଆଗକୁ ପଢନ୍ତୁ

    ଅଜ‌ୌଲ: ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଟର୍ମିନାଲରେ ପହଞ୍ଚିବା ପୂର୍ବରୁ ମିଆଁମାରର ଏକ ସାମରିକ ବିମାନ ରନୱେରୁ ଖସିଯିବା ପରେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ଦୁଇ ଜଣ ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ୧୦.୧୯ ସମୟରେ ଏହି ଘଟଣା ଘଟିଛି।ସୂଚନାନୁସାରେ, ମିଆଁମାର ସେନା ଏବଂ ନାଗରିକ ସେନା ମଧ୍ୟରେ ସଂଘର୍ଷ ହେତୁ ଲଙ୍ଗଟଲାଇ ଜିଲ୍ଲାରୁ ପଳାୟନ କରିଥିବା ମିଆଁମାର ସୈନିକମାନଙ୍କୁ ଏହି ବିମାନରେ ଅଣା ଯାଉଥିଲା। ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅବତରଣ କରିବା ପରେ ବିମାନଟି ରନୱେରୁ ଖସିଗଲା। ଫଳରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ