Wednesday, November 4, 2026
22.9 C
Odisha

    ରାଜଧାନୀରେ ଚାଞ୍ଚଲ୍ୟ, କେଳୁ ଚରଣ ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମଞ୍ଚେଶ୍ୱର ଥାନା ଜନଗହଳି ପୂର୍ଣ୍ଣ କେଳୁ ଚରଣ ପାର୍କ ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଆଜି ଉଦ୍ଧାର କରାଯାଇଛି। ପାର୍କରେ ସକାଳେ କାମ କରୁଥିବା କର୍ମଚାରୀମାନେ କିଛି ଦୁର୍ଗନ୍ଧ ବାରିଥିଲେ ଏବଂ ଖୋଜାଖୋଜି କରିବାରୁ ପାର୍କ ନିକଟରେ ଥିବା ପାଚେରୀ କଡରୁ ଯୁବକଙ୍କ ଗଳିତ ଶବ ଦେଖିବାକୁ ମିଳିଥିଲା। ଶବଟିର ଖପୁରୀ ଓ ଗୋଟିଏ ଗୋଡ ବ୍ୟତୀତ ଆଉ କିଛି ନଥିଲା। ସେ ପିନ୍ଧିଥିବା ପ୍ୟାଣ୍ଟଟି ନିକଟରେ ପଡ଼ିଥିଲା। ଖବର ପାଇବା ପରେ ମଞ୍ଚେଶ୍ୱର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଯୁବକଙ୍କ ବୟସ ୩୦ ରୁ ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ୨ ରୁ ୩ ସପ୍ତାହ ପୂର୍ବରୁ କେହି ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଏହା ବଣବୁଦା ସ୍ଥାନ ହୋଇଥିବାରୁ ଜନସାଧାରଣକୁ ନଜରକୁ ଆସିନଥିବା ଜଣାପଡ଼ିଛି। ତେବେ ବୁଲା କୁକୁର କିମ୍ବା ବଣୁଆ ଜନ୍ତୁ ମୃତଦେହକୁ ଖାଇ ଥିବା ଅନୁମାନ କରାଯାଉଛି। ମୃତଦେହକୁ ପୋଡା ଯାଇଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୬ ମାସ ତଳେ ଏଠାରେ ୫୦ ମିଟର ଦୂରତାରେ ଏକ ବୋମା ଫୁଟିଥିଲା। ମୃତଦେହ ମିଳିବା ସ୍ଥାନରୁ ୫୦ ମିଟର ଦୂରରେ କେନ୍ଦ୍ରୀୟ ବିଦ୍ୟାଳୟ ଥିବା ବେଳେ ୨୦ ମିଟର ଦୂରରେ ବିଡିଏ ବହୁତଳ ଆପାର୍ଟମେଣ୍ଟ ରହିଛି। ପାର୍କକୁ ମଧ୍ୟ ଦୈନିକ ହଜାର ହଜାର ଲୋକେ ଆସିଥା’ନ୍ତି। ଏଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ମୃତଦେହ ଫିଙ୍ଗି ଅପରାଧିମାନେ ପୁଲିସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି। ତୁରନ୍ତ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଉତ୍ତର ଭୁବନେଶ୍ୱରର କମ୍ୟୁନିଷ୍ଟ ନେତା ଶଙ୍କର୍ଷଣ ବାରିକ୍ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    91 %
    0.6kmh
    98 %
    Wed
    23 °
    Thu
    22 °
    Fri
    27 °
    Sat
    27 °
    Sun
    27 °

    ସମ୍ବନ୍ଧିତ