Saturday, October 3, 2026
28.9 C
Odisha

    ରାଜଭବନ ଲୋକଙ୍କ ନିକଟକୁ ଆସିବା ଉଚିତ୍: ରାଜ୍ୟପାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ  ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟପାଳ ହରିବାବୁ କୁମ୍ଭମପତି। ରାଜଭବନ ଲୋକଙ୍କ ନିକଟକୁୁ ଆସିବା ଦରକାର । ଲୋକଙ୍କଠାରୁ ଦୂରରେ ରହିବା କଥା ନୁହେଁ । ମତେ ବହୁତ ଖୁସି ଲାଗିଲା ଲୋକେ ଏଠାକୁ ବୁଲିବାକୁ ଆସୁଛନ୍ତି। ସବୁ ବର୍ଗର ଲୋକମାନେ ରାଜଭବନ ଆସି ଏଠାକାର ଫୁଲ ଦେଖିବା ସହ ହରିଣ ପାର୍କ ଏବଂ ମୟୂରମାନକୁ  ବୁଲି ଦେଖୁଛନ୍ତି। ସୂଚନାଯୋଗ୍ୟ, ସର୍ବସାଧାରଣଙ୍କ ପାଇଁ ଜାନୁଆରି ୧୩ ତାରିଖରୁ ଜାନୁଆରି ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଖୋଲା ରହିଛି।ଏହି  ଅବସରରେ ଶନିବାର ଖୋଦ ରାଜ୍ୟପାଳ ରାଜଭବନ ପରିସରରେ  ରାଜଭବାନ ବୁଲି ଆସିଥିବା ଅନେକ  ଛୋଟ ଛୋଟ ପିଲାଙ୍କୁ ଚକୋଲେଟ ଏବଂ ପେନ୍ ବାଣ୍ଟିଛନ୍ତି। ପୂର୍ବରୁ ରାଜଭବନ ଉଦ୍ୟାନ ବୁଲିବାକୁ ଆସି ରାଜପାଳଙ୍କ ସହ ଭେଟ ହୋଇ ନଥିବା ପିଲାମାନେ କହିଛନ୍ତି । ତେବେ ନୂଆ ରାଜ୍ୟପାଳଙ୍କୁ ଭେଟି ତାଙ୍କ ହାତରୁ ଉପହାର ନେଇ ପିଲାମାନେ ଅତ୍ୟନ୍ତ ଖୁସି ହୋଇଛନ୍ତି। ଏହା ସହିତ ରାଜ୍ୟପାଳ ଜନସାଧାରଣଙ୍କୁ ମଧ୍ୟ ଭେଟିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ