Friday, May 3, 2024
28.9 C
Odisha

    ରାଜ୍ୟରେ ନିଯୁକ୍ତି ପାଇବେ ଆୟୁର୍ବେଦିକ ଆସିଷ୍ଟାଣ୍ଟ, ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମିନ

    ଆଗକୁ ପଢନ୍ତୁ

    ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ସ୍ତରୀୟ ବା ସମକକ୍ଷ ନିଯୁକ୍ତି ପରୀକ୍ଷା ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଆୟୁର୍ବେଦିକ ଆସିଷ୍ଟାଣ୍ଟ, ହୋମିଓପାଥିକ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ, ଜୁନିୟର ମତ୍ସ୍ୟ ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମିନ ପଦରେ ନିଯୁକ୍ତି ଦିଆଯିବ । ବର୍ତ୍ତମାନ ଶର୍ଟ ନୋଟିସ୍ ଜାରି କରାଯାଇଥିବା ବେଳେ ଆଗକୁ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇବ ।
    ଆୟୁର୍ବେଦିକ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ/ କାଉନସିଲ / ୟୁନିଭରସିଟିରୁ ଯୁକ୍ତଦୁଇ ବିଜ୍ଞାନ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏଥିପାଇଁ ମୋଟ ୨୨୦ଟି ପଦ ଖାଲି ଥିବା ବେଳେ ମହିଳାଙ୍କ ପାଇଁ ୭୨ଟି ପଦ ସଂରକ୍ଷିତ ରହିଛି । ବୟସ ଯୋଗ୍ୟତା ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ହିସାବକୁ ନିଆଯିବ । ବିଭିନ୍ନ ବିଭାଗରେ ମୋଟ ୬୭୩ଟି ପଦ ଖାଲି ରହିଛି ।

    ହୋମିଓପାଥିକ ଆସିଷ୍ଟାଣ୍ଟ ଓ ୟୁନାନୀ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ/ କାଉନସିଲ / ୟୁନିଭରସିଟିରୁ ଯୁକ୍ତଦୁଇ ବିଜ୍ଞାନ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦ ପାଇର୍ ପ୍ରାର୍ଥୀଙ୍କୁ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷକା (ଫିସେରିଜ) ପାସ କରିବା ସହିତ ସେ ଭଲ ଭବେ ପହଁରିବା ଜାଣିଥିବେ । ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । କେୟାର ଟେକର ପାଇଁ ପ୍ରାର୍ଥୀ ଯୁକ୍ତ ଦୁଇ ପାସ କରିବା ସହତ ବୟସ ୨୧ରୁ ୩୮ ମଧ୍ୟରେ ହୋଇଥିବା ଆବଶ୍ୟକ । ଅମିନ ପଦ ପାଇଁ ପ୍ରାର୍ଥୀ କଳା/ ବିଜ୍ଞାନ / ବାଣିଜ୍ୟରେ ଯୁକ୍ତ ଦୁଇ ପାସ କରିବା ସହିତ ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏସସି, ଏସଟି, ଏସଇବିସି, ମହିଳା, ଏକ୍ସ-ସର୍ଭିସମେନ ଓ ପିଡବ୍ଲ୍ୟୁଡି ବର୍ଗର ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁସାରେ ବୟସ କୋହଳ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    17 %
    2.1kmh
    0 %
    Fri
    29 °
    Sat
    42 °
    Sun
    44 °
    Mon
    44 °
    Tue
    40 °

    ସମ୍ବନ୍ଧିତ