Friday, April 3, 2026
39.1 C
Odisha

    ରାଜ୍ୟ ସଭାପତି ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ, ପୁଣି ଥରେ ହେବେ ରାଜ୍ୟ ସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟ ସଭାପତି ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ । ତେବେ ନିର୍ଦ୍ଧାରିତ ସମୟରେ ଆଉ କେହି ନାମାଙ୍କନ ଭରି ନଥିବାରୁ ମନମୋହନ ଏକମାତ୍ର ପ୍ରାର୍ଥୀ ଭାବେ ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ଫଳରେ ତାଙ୍କ ସଭାପତି ହେବା ସ୍ଥିର ହୋଇଯାଇଛି । କେବଳ ଔପଚାରିକ ଭାବେ ବିଜୟ ସଭାପତିଙ୍କ ନାମ ଘୋଷଣା ହେବା ବାକି ରହିଛି । ଆସନ୍ତାକାଲି ଦିନ ୧୧ ଟା ରେ ବିଦ୍ଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ । ଜାତୀୟ ପରିଷଦ ସଦସ୍ୟ ପାଇଁ ୩୨ ଜଣ ନାମାଙ୍କନ କରିଛନ୍ତି । ଆସନ୍ତାକାଲି ଯାଞ୍ଚ ପରେ ସମସ୍ତଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି ଜୟସ୍ବାଲ ।

    ରାଜ୍ୟ ବିଜେପି ସଭାପତି ରେସରେ, ଆଗରେ ଥିଲେ ବର୍ତ୍ତମାନର ସଭାପତି ମନମୋହନ ସାମଲ। ସେ ପୁନର୍ବାର ସଭାପତି ସମ୍ଭାବନା ପଛରେ ୫ଟି ବଡ଼ କାରଣ ରହିଛି। ମନମୋହନ ସାମଲଙ୍କ ଟ୍ରାକ ରେକର୍ଡ ବେଶ ସୁଦୃଢ଼। ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଥିଲେ। ଏହାପରେ ୨୦୨୩ରୁ ରାଜ୍ୟ ସଭାପତି ଦାୟିତ୍ବରେ ଅଛନ୍ତି। କେନ୍ଦ୍ରୀୟ ନେତୃତ୍ୱ ନିରନ୍ତରତାକୁ ମହତ୍ବ ଦେଉଛନ୍ତି। ଏହାସହ ମନମୋହନ ସାମଲ, ବୁଥ୍ ସ୍ତରର ଢାଞ୍ଚାକୁ ପୁନର୍ଜୀବିତ କରି ତୃଣମୂଳ ୟୁନିଟଗୁଡିକୁ ସୁଦୃଢ଼ କରିଛନ୍ତି। ତେଣୁ ଦଳକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଥିବା ବିଜେପି ମନମୋହନଙ୍କ ଦକ୍ଷତା ବ୍ୟବହାର କରିବାକୁ ଚାହୁଁଛି। ଦ୍ବିତୀୟରେ ମନମୋହନ ସାମଲଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ବଙ୍କ ବିଶ୍ୱାସ ରହିଛି। ୨୦୨୩ରେ ମନମୋହନଙ୍କୁ ସଭାପତି କରିବା ପରେ ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଢ଼ିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଖୁସି ଅଛନ୍ତି। ଏହାସହ ମନମୋହନ ସାମଲଙ୍କୁ କେନ୍ଦ୍ରୀୟ କୋର୍ ଟିମର ରଣନୀତିକାରଙ୍କ ସମର୍ଥନ ରହିଛି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟପାଲ ସିଂ ତୋମାର, ସୁନିଲ ବଂଶଲ ଓ ତରୁଣ ଚୁଗ୍ ଙ୍କ ଭଳି କେନ୍ଦ୍ରୀୟ ନେତାଙ୍କ ସମର୍ଥନ ମନମୋହନଙ୍କ ପଛରେ ଥିବା ଜଣା ପଡିଛି। ଆଉ ଏକ ବଡ଼ ଗୁରୁତ୍ବପୂର୍ଣ୍ଣ କଥା, ମନମୋହନ ସାମଲ ଓବିସି ଗୋଷ୍ଠୀରୁ ଆସୁଛନ୍ତି। ମନମୋହନ ସାମଲଙ୍କୁ ସଭାପତି କରି ବିଜେପି ରାଜ୍ୟର ୫୦% ଭୋଟରଙ୍କ ପ୍ରତିନିଧିତ୍ୱକୁ ଦର୍ଶାଇବାକୁ ଚାହୁଁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ