Wednesday, October 7, 2026
23.2 C
Odisha

    ରାତିରେ ୨ରୁ ୩ ଥର ପରିସ୍ରା ହେଉଛି କି? ଜଳାପୋଡା, ରକ୍ତ ପଡୁଛି କି? ସତର୍କ ହୋଇଯାଆନ୍ତୁ

    ଆଗକୁ ପଢନ୍ତୁ

    ନାକ୍ଟୋରିଆ ହେଉଛି ପରିସ୍ରା ସମ୍ପର୍କିତ ରୋଗ। ରାତିରେ ବାରମ୍ବାର ପରିସ୍ରା ପାଇଁ ଉଠିବା ହେଉଛି ଏହାର ଲକ୍ଷଣ। ରାତିରେ ଶୋଇବା ସମୟରେ ୧ ଥରୁ ଅଧିକ ଥର ପରିସ୍ରା ପାଇଁ ଉଠିଲେ ଜାଣିବେ, ଆପଣଙ୍କୁ ନାକ୍ଟୋରିଆ ହୋଇଛି। ଏହା କୌଣସି ଏକ ରୋଗ ନୁହେଁ, କିନ୍ତୁ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ। ଏହି ରୋଗରେ ବଲିଉଡ୍ ବହୁ ଅଭିନେତା ଆକ୍ରାନ୍ତ ହୋଇଛନ୍ତି।

    ୧: ଜୀବନଶୈଳୀ ସମ୍ବନ୍ଧୀୟ
    ଶୋଇବାର ୨ରୁ ୩ ଘଣ୍ଟା ପୂର୍ବରୁ ଅଧିକ ପାଣି, ଚା’, କଫି, ମଦ୍ୟପାନ କରିବା ଯୋଗୁଁ ହୋଇଥାଏ। କ୍ୟାଫେନ୍ ଓ ଆଲକୋହଲ୍ ମୂତ୍ରବର୍ଦ୍ଧକ – ଅଧିକ ପରିସ୍ରା କରାଏ।

    ୨: ବୟସ ସମ୍ବନ୍ଧୀୟ
    ୫୦ ବର୍ଷ ପରେ ଶରୀରରେ ଏଡିଏଚ୍ ହର୍ମୋନ୍ କମିଯାଏ। ଏହି ହର୍ମୋନ ରାତିରେ ପରିସ୍ରା କମ୍ କରିବାରେ ସାହାଯ୍ୟ କରେ। ବୟସ ବଢିଲେ ବ୍ଲାଡର ମଧ୍ୟ କମ୍ ପରିସ୍ରା ଧରିପାରେ।

    ୩: ସ୍ୱାସ୍ଥ୍ୟ କାରଣ
    ଡାଇବେଟିସ୍: ବ୍ଲଡ ସୁଗାର ବଢିଲେ ଅଧିକ ପରିସ୍ରା ହୋଇଥାଏ। ପ୍ରୋଷ୍ଟେଟ୍ ବଢିବା: ପୁରୁଷମାନଙ୍କ କ୍ଷେତ୍ରରେ ବିପିଏଚ୍ କାରଣରୁ ବ୍ଲାଡର୍ ସମ୍ପୂର୍ଣ୍ଣ ଖାଲି ହୁଏନି।

    ହୃଦୟ ରୋଗ: ଦିନରେ ଗୋଡ଼ରେ ଜମିଥିବା ପାଣି ରାତିରେ ଶୋଇଲା ବେଳେ ପରିସ୍ରା ହୋଇ ବାହାରେ।

    ଓଭରଆକ୍ଟିଭ୍ ବ୍ଲାଡର୍: ବ୍ଲାଡର୍ ମାଂସପେଶୀ ବାରମ୍ବାର ସଂକୁଚିତ ହୁଏ।

     

     

    ନିଦରେ ନିଶ୍ୱାସ ଅଟକିବା ଦ୍ୱାରା ମଧ୍ୟ ନାକ୍ଟୋରିଆ ହୋଇଥାଏ। ୟୁଟିଆଇ ସଂକ୍ରମଣ, କିଡନୀ ରୋଗ, କିଛି ଔଷଧ ସେବନ- ବିଶେଷକରି ବ୍ଲଡ୍ ପ୍ରେସରର ଡାଇୟୁରେଟିକ ଔଷଧ ପାଇଁ ହୋଇଥାଏ।

    କେବେ ଡାକ୍ତରଙ୍କୁ ଦେଖାଇବେ?

    ରାତିରେ ୨ ଥରରୁ ଅଧିକ ଉଠୁଛନ୍ତି କି? ପରିସ୍ରା କଲାବେଳେ ଜଳାପୋଡା, ରକ୍ତ ପଡୁଛି କି? ଦିନରେ ମଧ୍ୟ ବାରମ୍ବାର ପରିସ୍ରା ଲାଗୁଛି କ? ଅଧିକ ଶୋଷ ଲାଗୁଛି କି? ଓଜନ କମୁଛି କି? ଦିନରେ ନିଦୁଆ ଲାଗୁଛି କି? ଏହି ସବୁୂ ଲକ୍ଷ୍ୟଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

    ଘରୋଇ ଉପଚାର ଓ ପ୍ରତିକାର

    ୧: ସନ୍ଧ୍ୟା ୬ରୁ ୭ ପରେ ପାଣି କମ୍ ପିଅନ୍ତୁ। ଦିନରେ ଅଧିକ ପାଣି ପିଅନ୍ତୁ।
    ୨: କ୍ୟାଫେନ୍ ଓ ମଦ୍ୟ ବନ୍ଦ: ଚା’, କଫି, କୋଲା, ମଦ ସନ୍ଧ୍ୟା ପରେ ପିଅନ୍ତୁ ନାହିଁ।
    ୩: ସନ୍ଧ୍ୟାରେ ୧ ଘଣ୍ଟା ଗୋଡ଼ ଉପରକୁ କରି ଶୁଅନ୍ତୁ। ଦିନରେ ଜମିଥିବା ପାଣି ଶୋଇବା ପୂର୍ବରୁ ବାହାରିଯିବ।
    ୪: ଦିନରେ ପରିସ୍ରା ଲାଗିଲେ ମଧ୍ୟ ଟିକେ ଅଟକାଇବାକୁ ଚେଷ୍ଟା କରନ୍ତୁ।
    ୫: ଲୁଣ କମ୍ ଖାଆନ୍ତୁ: ଅଧିକ ଲୁଣ ଶରୀରରେ ପାଣି ଜମାଏ।
    ୬: ଶୋଇବା ପୂର୍ବରୁ ବ୍ଲାଡର୍ ଖାଲି କରନ୍ତୁ: ଥରେ ପରିସ୍ରା କରିବା ପରେ ୨ ମିନିଟ୍ ଅପେକ୍ଷା କରି ପୁଣି ଚେଷ୍ଟା କରନ୍ତୁ।

    ନାକ୍ଟୋରିଆ ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ହୋଇଥିବାରୁ ଅଧିକାଂଶ ସେଲିବ୍ରିଟି ଏହାକୁ ଖୋଲି କୁହନ୍ତି ନାହିଁ। ତଥାପି କେତେ ଜଣାଶୁଣା ଅଭିନେତା ଏହା ଉପରେ ମତ ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ