Sunday, November 16, 2025
24 C
Odisha

    ରାତି ସାରା ଟାୱାର ଉପରେ ବସି ରହିଲେ ତିନି ଚୋର, ସକାଳେ କାବୁ କଲା ପୋଲିସ

    ଆଗକୁ ପଢନ୍ତୁ

    ଯାଜପୁର ଟାଉନ : ଧରା ପଡ଼ିଯିବା ଭୟରେ ରାତି ସାରା ଟାୱାର ଉପରେ ବସି ରହିଲେ ତିନି ଚୋର । ସକାଳ ହେବା ପରେ ୩ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଲେ ଟାୱାର କର୍ମଚାରୀ । ଦୀର୍ଘଦିନ ହେବ ଯାଜପୁର ବିଞ୍ଝାରପୁର ଅଞ୍ଚଳରେ ଥିବା ବିଭିନ୍ନ କମ୍ପାନୀର ମୋବାଇଲ ଟାୱାରଗୁଡିକରୁ ଲକ୍ଷ ଲକ୍ଷ ଟଙ୍କାର ଉପକରଣ ଚୋରୀ ହେଉଥିବା ଅଭିଯୋଗ ହୋଇଥିଲା । ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଚୋର ଧରା ପଡୁନଥିଲେ ।

    ଗତକାଲି ତାଉଁତରା ଅଂଚଳରେ ଥିବା ଏକ ଟାୱାରରୁ ୩ ଜଣ ଯୁବକ ଟାୱାର ଉପରେ ଚଢ଼ି ଚୋରୀ କରୁଥିବା ବେଳେ ପହଁଞ୍ଚିଯାଇଥିଲେ ଟାୱାର କର୍ମଚାରୀ । କର୍ମଚାରୀଙ୍କୁ ଦେଖି ରାତି ତମାମ ଟାୱାର ଉପରେ ବସି ରହିଥିଲେ ତିନି ଚୋର ।

    ସକାଳ ହେବା ପରେ ତିନିଜଣ ଚୋରଙ୍କୁ କାବୁ କରି ପୋଲିସର ଜିମା ଦେବା ସହ ସେମାନଙ୍କ ନଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଟାୱାର କର୍ମଚାରୀ । ଥାନାରେ ଅଟକ ଥିବା ତିନିଜଣ ଯୁବକ ଅରେଇ, ଇଞ୍ଜନପୁର ଓ ମଙ୍ଗଳପୁର ଅଂଚଳ ବୋଲି ସୂଚନା ମିଳିଛି । ଅନ୍ୟପଟେ ବିଞ୍ଝାରପୁର ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    42 %
    1.5kmh
    9 %
    Sun
    22 °
    Mon
    25 °
    Tue
    25 °
    Wed
    26 °
    Thu
    27 °

    ସମ୍ବନ୍ଧିତ