ମୁମ୍ବାଇ : ସଲମାନ ଖାନ୍ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ ପାଇଁ ଖବରରେ ରହିଛନ୍ତି । ନିକଟରେ ଫିଲ୍ମର ପ୍ରଥମ ଗୀତ ‘‘ମାତୃଭୂମି” ରିଲିଜ୍ ହୋଇଥିଲା, ଯାହାକୁ ଅରିଜିତ ସିଂହ ଗାଇଥିଲେ। ଏହି ଗୀତକୁ ଦର୍ଶକଙ୍କଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା । ଏହାରି ମଧ୍ୟରେ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ’ ଅବସରରେ ନିର୍ମାତାମାନେ ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ର ଦ୍ବିତୀୟ ଗୀତ ରିଲିଜ୍ କରିଛନ୍ତି । ୪ ମିନିଟ୍ ଏବଂ ୩୧ ସେକେଣ୍ଡର ଏହି ଗୀତରେ ସଲମାନ ଏବଂ ଚିତ୍ରାଗନ୍ଦାଙ୍କ ଅନ୍ ସ୍କ୍ରିନ୍ ଲଭଷ୍ଟୋରୀ ଦେଖିବା ସହିତ ଜଣେ ସୈନିକ ପରିବାରର ବଳିଦାନକୁ ଦେଖିବାକୁ ପାଇବେ ଦର୍ଶକ ।
‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ର ଦ୍ବିତୀୟ ଗୀତ ରିଲିଜ୍ କରିବା ସହିତ କ୍ୟାପସନରେ ଲେଖିଛନ୍ତି ଯେ, ‘‘ଏହି ଭାଲେଣ୍ଟାଇନ୍ସ ଡେ’ରେ ଏକ ସ୍ୱତନ୍ତ୍ର ଗୀତ ଆସିଛି । ଶ୍ରେୟା ଘୋଷାଲ୍ ଏବଂ ଆୟନ୍ ଲାଲ୍ ଗାଇଥିବା ‘ମୈଁ ହୁଁ’ ପ୍ରେମର ପବିତ୍ର ରୂପକୁ ପାଳନ କରେ । ଏହି ଗୀତ ଗଭୀର ଭାବନାକୁ ପ୍ରକାଶ କରୁଥିବାର ଏକ ସ୍ୱର । ‘ମୈଁ ହୁଁ’ ଗୀତଟି ଏବେ ରିଲିଜ୍ ହୋଇଛି ।”ଯେଉଁଥିରେ ଯୁଦ୍ଧକ୍ଷେତ୍ରରେ ଜଣେ ସୈନିକଙ୍କୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ମନେପକାଉଥିବା ଦେଖିବାକୁ ମିଳିଛି । ଗୀତଟି ସଲମାନ ଖାନ ଏବଂ ଚିତ୍ରାଙ୍ଗଦା ସିଂହଙ୍କ ଅନ-ସ୍କ୍ରିନ୍ କେମେଷ୍ଟ୍ରିକୁ ମଧ୍ୟ ପ୍ରଦର୍ଶିତ କରିଛି । ଯେଉଁଥିରେ ସେମାନେ ସେମାନଙ୍କର ୧୧ତମ ବିବାହ ବାର୍ଷିକୀ ପାଳନ କରିବାର କିଛି ସୁନ୍ଦର ମୁହୂର୍ତ୍ତକୁ ପ୍ରଦର୍ଶିତ କରିଛନ୍ତି । ଗୀତଟି ରିଲିଜ ହେବା ପରେ ପ୍ରଶଂସକମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଏପର୍ଯ୍ୟନ୍ତ ଭିଡିଓଟି YouTube ରେ 174 ହଜାରରୁ ଅଧିକ ଭ୍ୟୁ ପାଇଛି ।
ଯଦି ଏହି ଫିଲ୍ମର ରିଲିଜ୍ ଡେଟ୍ କଥା କୁହାଯାଏ ତେବେ ଏହା ଚଳିତ ବର୍ଷ ୧୭ ଏପ୍ରିଲରେ ରିଲିଜ୍ ହେବାର ଯୋଜନା ରହିଛି । ଏଥିରେ ସଲମାନ ଖାନଙ୍କ ବିପକ୍ଷରେ ଚିତ୍ରାଙ୍ଗଦା ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଅଭିନେତ୍ରୀ ସୁପରଷ୍ଟାରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି । ଏହା ଅପୂର୍ବା ଲାଖିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସଲମାନ ଖାନ ଫିଲ୍ମସ୍ ବ୍ୟାନରରେ ନିର୍ମିତ ।

