Thursday, October 8, 2026
22.2 C
Odisha

    ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ RI, ୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

    ଆଗକୁ ପଢନ୍ତୁ

    କଟକ : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ RI । ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲ ଅଧୀନ ସିରିଝୁଲି ସର୍କଲର ଆରଆଇ ସୁଶାନ୍ତ ମଲ୍ଲିକ ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ପୈତୃକ ଜମିର ଜମିପଟ୍ଟା ପାଇଁ ତଦନ୍ତ ରିପୋର୍ଟ ଦାଖଲ ସହ ଜମି ପଟ୍ଟା ଜାରି କରାଇବା ପାଇଁ ଅନଲାଇନରେ ଆବେଦନ କରିଥିଲେ ଆବେଦନାକାରୀ ।

    ଏମିତିକି ନିର୍ଦ୍ଧାରିତ ଫି ଜମା କରିଥିଲେ ଆବେଦନକାରୀ। ହେଲେ ଆରଆଇ ସୁଶାନ୍ତ ମଲ୍ଲିକ ବିନା କାରଣରେ ଫାଇଲକୁ ବିଳମ୍ବ କରିଥିଲେ । କାମ କରିଦେବା ପାଇଁ ୨୫ ହଜାର ଲାଞ୍ଚ ଦାବି କରିଥିଲେ ଆରଆଇ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

    ଆଜି RI ତାଙ୍କ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କଠାରୁ ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ