Thursday, October 8, 2026
22.5 C
Odisha

    ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ପୁରୀ, ଜଗିବେ ୧୨,୦୦୦ ପୋଲିସ ଓ NSG କମାଣ୍ଡୋ

    ଆଗକୁ ପଢନ୍ତୁ

    ପୁରୀ : ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ଓଡ଼ିଶା ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭୂତପୂର୍ବ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସୁରକ୍ଷା ଓ ଜନଗହଳି ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି, ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ ।

    ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀ ସହରକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି । ୧୨,୦୦୦ ପୋଲିସ କର୍ମଚାରୀ: ଗତବର୍ଷ ତୁଳନାରେ ଏଥର ଅଧିକ ଫୋର୍ସ ମୁତୟନ ହୋଇଛନ୍ତି। ଏହା ସହ ୧୯ ଜଣ ବରିଷ୍ଠ IPS ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଜନଗହଳି ଏବଂ ଜରୁରୀକାଳୀନ ପରିସ୍ଥିତିର ପରିଚାଳନା ପାଇଁ ବହୁ ସଂଖ୍ୟାରେ OAS ଅଧିକାରୀଙ୍କୁ OSD ଭାବେ ନିଯୁକ୍ତ କରାଯାଇଛି। ମନ୍ଦିର ସୁରକ୍ଷା, ଟ୍ରାଫିକ, ପାର୍କିଂ, ରେଳବାଇ ଏବଂ ଉପକୂଳ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

    ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ କେନ୍ଦ୍ରୀୟ ସୁରକ୍ଷା ବଳ (CAPF) ର ୧୫ଟି କମ୍ପାନୀ (CRPF, BSF, RAF) ନିୟୋଜିତ ହୋଇଛନ୍ତି। ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍ ସହ NSG ବ୍ଲାକ୍ କ୍ୟାଟ୍ କମାଣ୍ଡୋ, SOG ଏବଂ ସ୍ୱତନ୍ତ୍ର ଟାକ୍ଟିକାଲ୍ ୟୁନିଟ୍ (STU) କୁ ହାଇ-ଆଲର୍ଟରେ ରଖାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସ୍ନିଫର୍ ଡଗ୍ ସ୍କ୍ୱାଡ୍ ମଧ୍ୟ ସଜାଗ ଅଛନ୍ତି। ଜୁଲାଇ ୧୬ ରୁ ୨୭ ପର୍ଯ୍ୟନ୍ତ ପୁରୀ ସହରର ୫ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ “ନୋ-ଫ୍ଲାଇ ଜୋନ୍” ଘୋଷଣା କରାଯାଇଛି। ବିନା ଅନୁମତିରେ ଡ୍ରୋନ୍ ଉଡ଼ାଇବା ସମ୍ପୂର୍ଣ୍ଣ ନିଷେଧ।

    ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନଜର ରଖିବାକୁ ୪୭୫ଟି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଯୁକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି। ଭାରତୀୟ ନୌସେନା (Navy), କୋଷ୍ଟଗାର୍ଡ ଏବଂ ମେରାଇନ୍ ପୋଲିସ ମିଳିତ ଭାବେ ସମୁଦ୍ର ପଥରେ ପାଟ୍ରୋଲିଂ କରୁଛନ୍ତି। ଆକାଶମାର୍ଗରୁ କୋଷ୍ଟଗାର୍ଡ ହେଲିକପ୍ଟର ଦ୍ୱାରା ନଜର ରଖାଯିବ।

    ଗତବର୍ଷ ଗୁଣ୍ଡିଚା ମନ୍ଦିର ନିକଟରେ ହୋଇଥିବା ପରିସ୍ଥିତିକୁ ନଜରରେ ରଖି ଚଳିତ ବର୍ଷ ସ୍ୱତନ୍ତ୍ର ବ୍ୟାରିକେଡ୍ ଏବଂ ୱାନ୍-ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଗାଡ଼ି ପାର୍କିଂ ପାଇଁ କଲର୍-କୋଡେଡ୍ ଜୋନ୍ ନିର୍ମାଣ ହୋଇଛି। ଭକ୍ତଙ୍କ ସୁବିଧା ପାଇଁ ୮ଟି ଅସ୍ଥାୟୀ ଡାକ୍ତରଖାନା ଏବଂ ୩୫ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଏହା ସହିତ ପାନୀୟ ଜଳ ଏବଂ LED ସ୍କ୍ରିନ୍ ମଧ୍ୟ ଲଗାଯାଇଛି। ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଏବଂ ଗହଳି ସ୍ଥାନରେ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ