Friday, April 3, 2026
39.1 C
Odisha

    ଲୁହରେ ଭିଜିଲା ଗାଁ ମାଟି, ପଞ୍ଚଭୂତରେ ଲୀନ ହେଲା ସହିଦଙ୍କ ଶରୀର

    ଆଗକୁ ପଢନ୍ତୁ

    ବରଗଡ଼  : ସମସ୍ତଙ୍କ ଆଖିରେ ଲୁହ ଆଉ ଅନ୍ତରରେ କୋହ। ଚାରି ଆଡେ ଗୁଞ୍ଜରିତ ହେଉଥିଲା ଗୋଟିଏ ନାରା ‘ସହିଦ ଖଗେନ୍ଦ୍ର ଅମର ରହେ’। ଗୋଟିଏ ପଟେ ଜିଲ୍ଲା ତଥା ଅଞ୍ଚଳର ଜନତାଙ୍କ ନାରା ଆଉ ଅନ୍ୟ ପଟେ ପରିବାରର କ୍ରନ୍ଦନର ରୋଳରେ ହାହାକାର ହୋଇ ଉଠୁଥିଲା ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳ ଗୋଡଭାଗା ।  ମଣିପୁର, ମିଜୋରାମ ଅନ୍ତର୍ଗତ ଆଇଜଲରେ ବିଏସଏଫ ଯବାନ ଭାବେ ଦୀର୍ଘ ବାର ବର୍ଷ ଧରି ମାତୃଭୂମିର ସେବାରେ ନିଜକୁ ସମର୍ପିତ  କରିଥିଲେ ।  ଭାରତୀୟ ଯବାନ ଖଗେଶ୍ବର ମହାପାତ୍ରଙ୍କ ମର ଶରୀର ମଧ୍ୟ ରାତି ୩ଟାରେ ଆସି ପହଞ୍ଚିଥିଲା ରାୟପୁର ବିମାନ ବନ୍ଦରରେ  । ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାୟପୁର ର ବିଏସଏଫ୍  କାର୍ଯ୍ୟାଳୟର  ସୀମା ସୁରକ୍ଷା ବଳଙ୍କ ଦ୍ଵାରା ଜନ୍ମ ମାଟିକୁ  ଅଣାଯାଇଥିଲା ।

    ଟୁଟନ ଦାସ, କରୁଣା ସୁତ୍, କ୍ରିଷ୍ଣା କୁମାର, ମୁନେଶ ସିଂ,ଅଜୟ ସିଂ,ଯୋଗେନ୍ଦ୍ର ସିଂ,ତରଣି ମଣ୍ଡଳ, ବିରେନ୍ଦ୍ର ଯାଦବ, ମହମ୍ମଦ ମୁଖବୁଲ,ସୁରେଶ ଶର୍ମା ଆଦି ଯବାନମାନେ ତାଙ୍କ ମର ଶରୀରକୁ ଅତି ସମ୍ମାନର ନେଇ ଆସିଥିଲେ ତାଙ୍କ ପୈତୃକ ମାଟିକୁ । ସହିଦ ହୋଇଥିବା ଓଡ଼ିଆ ବୀର ଯବାନଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଉଥିବା ବେଳେ ହଜାର ହଜାର ଜନତା ଅତାବିରା ରାସ୍ତାର ଉଭୟ ପାର୍ଶ୍ବରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଗୋଡଭଗା ଗ୍ରାମରେ ପହଞ୍ଚିବା ପରେ ତାଙ୍କ ମର ଶରୀରକୁ ଘର ସମ୍ମୁଖରେ ରଖି  ରାଷ୍ଟ୍ରୀୟ ସଲାମୀ ଦେଇ  ପରିବାରକୁ ହସ୍ତାନ୍ତର କରିଥିଲେ । ଜିଲ୍ଲା ତଥା ଅଞ୍ଚଳର ହଜାର ହଜାର ଲୋକ, ମାନ୍ୟଗଣ୍ୟ ବ୍ୟକ୍ତି, ଅନୁଷ୍ଠାନ ,ସମସ୍ତେ ତାଙ୍କର ଶେଷ ଦର୍ଶନ କରିଥିଲେ । ଏହାପରେ ମାର୍ଚ୍ଚ ପାଷ୍ଟ ସହ  ଗ୍ରାମ ପରିକ୍ରମା  କରାଯାଇ ଗ୍ରାମର ଶ୍ମଶାନକୁ  ନିଆଯାଇଥିଲା ।  ସାନ ଭାଇ ଅନିଲ ମୁଖାଗ୍ନୀ ଦେଇଥିଲେ, ସେଠାରେ ଶେଷ ସଲାମୀ ଦିଆଯାଇ ଶେଷ କୃତ୍ୟ ସଂପନ୍ନ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ