Thursday, December 18, 2025
17.3 C
Odisha

    ଲୋକସଭାରେ ଗୃହୀତ ହେଲା VB-G RAM G ବିଲ୍, ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ହେଲା ପାସ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବା ‘VB G-RAM-G ’ ବିଲ୍ ୨୦୨୫ । ଲୋକସଭାରେ ଗୃହୀତ ହେଲା VB-G RAM G ବିଲ୍ । ବିରୋଧୀଙ୍କ ଦୃଢ଼ ପ୍ରତିବାଦ ଭିତର ଲୋକସଭାରେ ପାସ୍ ହୋଇଛି ବିଲ୍ । ଏପରିକି ଏହି ବିଲ୍ ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି କରିଥିଲେ ବିରୋଧୀ । ମହାତ୍ମାଗାନ୍ଧୀଙ୍କୁ ଏହା ଅସମ୍ମାନ ବୋଲି କହିଥିଲେ । ବିରୋଧୀଙ୍କ ପ୍ରତିବାଦ ଭିତରେ ପାସ୍ ହୋଇଛି VB-G RAM G ବିଲ୍ । MGNREGA ନାଁ ବଦଳାଇ VB-G RAM G କରିବା ଜାତିର ପିତାଙ୍କୁ ସରକାରଙ୍କ ଅସମ୍ମାନ ବୋଲି ବିରୋଧୀ କହିଛନ୍ତି । ଜବାବରେ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କହିଛନ୍ତି, ୨୦୦୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇଥିଲା । ପ୍ରଥମେ ଏହି ଯୋଜନା ସହ ମହତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇନଥିଲା । ଏହି ଯୋଜନାରେ ଏଣିକି ୧୨୫ ଦିନର କାମ ମିଳିବ । ପୂର୍ବରୁ ମନରେଗା ଯୋଜନାରେ ବର୍ଷକୁ ଅତିକମରେ ୧୦୦ ଦିନ କାମର ଗ୍ୟାରେଣ୍ଟି ଥିଲା । ନୂଆ ଆଇନରେ ଏହାକୁ ବଢ଼ାଇ ୧୨୫ ଦିନ କରାଯାଇଛି । ଅର୍ଥାତ ଶ୍ରମିକମାନେ ବର୍ଷକୁ ଅଧିକ ୨୫ ଦିନର କାମ ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.3 ° C
    17.3 °
    17.3 °
    41 %
    1.2kmh
    0 %
    Thu
    16 °
    Fri
    26 °
    Sat
    27 °
    Sun
    28 °
    Mon
    28 °

    ସମ୍ବନ୍ଧିତ