Monday, March 30, 2026
25.4 C
Odisha

    ଶରତ ପୂର୍ଣ୍ଣିମାରେ ମା ଲକ୍ଷ୍ମୀ କରିବେ କୃପା, ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ

    ଆଗକୁ ପଢନ୍ତୁ

    ଆସନ୍ତା ୬ ତାରିଖରେ ପଡୁଛି ପବିତ୍ର ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) । ଶରତ ଋତୁରେ ଏହା ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣମା ମଧ୍ୟ କୁହାଯାଏ । ଏହିଦିନରେ ମନ୍ଦିରମାନଙ୍କରେ ବିଶେଷ ପୂଜାର୍ଚ୍ଚନା କରାଯାଏ । ମାନ୍ୟତା ଅନୁଯାୟୀ ଏହି ଦିନ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥାଏ ଓ ଦେବତାଙ୍କ ବିଶେଷ କୃପା ମିଳିବା ସହ ସ୍ୱର୍ଗରୁ ଅମୃତ ବର୍ଷା ହୋଇଥାଏ । ମା’ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ମଧ୍ୟ ମିଳିଥାଏ।

    ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ପୂର୍ଣ୍ଣିମା ଚାରୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ ବିବେଚିତ ହେବ । ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ, ଯାହା ଦ୍ଵାରା କ୍ୟାରିୟରରେ ଉନ୍ନତି ହେବ। ନୂତନ ଚାକିରି, ପଦୋନ୍ନତି ଏବଂ ଆୟ ବୃଦ୍ଧି ହେବାର ସମ୍ଭାବନା ରହିବ। ଆସନ୍ତୁ ଜାଣିବା କେଉଁ ରାଶିମାନେ ଏହି ପୂର୍ଣ୍ଣିମାରେ ଲାଭବାନ ହେବେ…

    ବୃଷ: ବୃଷ ରାଶି ପାଇଁ ଶରଦ ପୂର୍ଣ୍ଣିମା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏହି ଦିନ ଆପଣଙ୍କୁ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଆପଣଙ୍କର ଆୟର ଉତ୍ସ ବୃଦ୍ଧି ପାଇବ ଏବଂ ଧନ ପ୍ରାପ୍ତ କରିବେ । ନୂତନ ଚାକିରି ଖୋଜୁଥିବା ଲୋକମାନେ ଶରତ ପୂର୍ଣ୍ଣିମାରେ ଶୁଭ ଖବର ପାଇପାରନ୍ତି। ଆପଣଙ୍କୁ ନୂତନ ଚାକିରି ପାଇଁ ପ୍ରସ୍ତାବ ମିଳିପାରେ । ଏହାଛଡା ଶରତ ପୂର୍ଣ୍ଣିମା ଅବସରରେ, ଆପଣଙ୍କର ପଦବୀ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବାର ସମ୍ଭାବନା ଅଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇପାରେ। ଏହି ଦିନ ବିଦେଶ ଯାତ୍ରାର ସ୍ୱପ୍ନ ସାକାର ହୋଇପାରେ। ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ ସୁଯୋଗ ଖୋଲିପାରେ। ଏହି ଦିନ ଆପଣଙ୍କ ଜୀବନରେ ଉନ୍ନତିର ସୁଯୋଗ ଆଣିଦେବ। ଏହି ଦିନ ଆପଣ ଯାହା କରିବେ ତାହା ସଫଳ ହେବ ।

    ସିଂହ: ଶରତ ପୂର୍ଣ୍ଣିମା ସିଂହ ରାଶି ପାଇଁ ନିଶ୍ଚିତ ଭାବରେ ଭଲ ଖବର ଆଣିବ। ଆପଣଙ୍କୁ ବହୁତ ଦିନ ଧରି ଖୋଜୁଥିବା ଚାକିରି ମିଳିପାରେ । ଚାକିରି କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଖୁସି ଖବର ମିଳିବ । ଗୋଟେପଟେ ଆପଣଙ୍କୁ ଚାକିରିରେ ପଦୋନ୍ନତି ମିଳିପାରେ, ଅନ୍ୟପଟେ ଆପଣଙ୍କୁ ଏକ ନୂତନ ଚାକିରି ମଧ୍ୟ ମିଳିପାରେ। ଏଠାରେ କିନ୍ତୁ ଆପଣଙ୍କୁ ସତର୍କତାର ସହିତ ବିଚାର କରି ନିଷ୍ପତ୍ତି ନେବାକୁ ପଡିବ । ତରବରିଆ ନିଷ୍ପତ୍ତି ଆପଣଙ୍କ ପାଇଁ ସମସ୍ୟା ଆଣିପାରେ ।

    ବିଛା: ଶରତ ପୂର୍ଣ୍ଣିମାରେ ବିଛା ରାଶିର ଲୋକମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବାର ସମ୍ଭାବନା ଅଛି। ଏହି ଦିନ ଆପଣଙ୍କୁ ଟ୍ରାନ୍ସଫର୍ ସୂଚନା ମିଳିପାରେ । ଫଳରେ ଆପଣଙ୍କୁ ଏକ ନୂତନ ସ୍ଥାନରେ ନୂତନ ଦାୟିତ୍ୱ ନେବାକୁ ପଡିବ । ଆପଣଙ୍କ ପଦୋନ୍ନତି ଏବଂ ଦରମା ବୃଦ୍ଧି ହୋଇପାରେ । ସ୍ଥାନୀୟ ଲୋକଙ୍କଠାରୁ ସମର୍ଥନ ମିଳିପାରେ ।

    ମକର ରାଶି: ଶରତ ପୂର୍ଣ୍ଣିମାରେ ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ଟ୍ରାନ୍ସଫରର ସମ୍ଭାବନା ଅଛି। ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଏହି ଦିନ ଆପଣଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ଘଟିପାରେ। ଯଦି ଆପଣ ଏକ ନୂତନ ଚାକିରି କିମ୍ବା ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    42 %
    2.3kmh
    1 %
    Mon
    41 °
    Tue
    39 °
    Wed
    40 °
    Thu
    40 °
    Fri
    39 °

    ସମ୍ବନ୍ଧିତ