Friday, April 3, 2026
39 C
Odisha

    ଶରୀର ପାଇଁ ଲାଭଦାୟକ ଗାଈ କ୍ଷୀର

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ଗାଈକୁ ଆମେ ଗୋ’ମାତା ଭାବେ ପୂଜା କରିଥାଉ। କିନ୍ତୁ ଗାଈର ମହତ୍ୱ କେବଳ ଆମ ଧର୍ମରେ ନୁହେଁ, ଶରୀର ପାଇଁ ମଧ୍ୟ ରହିଛି। ଗାଈ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ।ଆସନ୍ତୁ ଜାଣିବା ଗାଈ କ୍ଷୀର ଆମ ଶରୀର ପାଇଁ କେତେ ଉପଯୋଗୀ : –

    ଗାଈ କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ।

    ଛୋଟ ପିଲାଙ୍କୁ ଝାଡ଼ା ହେଉଥିଲେ ଗରମ କ୍ଷୀରରେ ଅଳ୍ପ ଡାଲଚିନି ମିଶାଇ ପିଇବାକୁ ଦେବା ଦ୍ୱାରା ଆରାମ ଲାଗିଥାଏ।

    ଅଧ କପାଳ ମୁଣ୍ଡ ବିନ୍ଧା ହେଉଥିଲେ କ୍ଷୀରରେ ବାଦାମ ମିଶାଇ ପିଇବା ଦ୍ୱାରା  ଆରାମ ଲାଗିଥାଏ।  ଏହି ମିଶ୍ରିତ କ୍ଷୀର ପିଇବାର ୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇବା ଅନୁଚିତ।

    ଗ୍ୟାସ୍ ସମସ୍ୟା ଦେଖାଯାଉଥିଲେ ୨୫୦ ଗ୍ରାମ୍‌ ଗାଈ କ୍ଷୀର, ୨୫ ଗ୍ରାମ୍ ପାଣି ଓ ୫ଟି ଗୋଲମରିଚ ମିଶାଇ ଗରମ କରନ୍ତୁ। ଏଥିରୁ ପାଣି ଅଂଶ ମରିଗଲା ପରେ ମିଶ୍ରି ପକାଇ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଥାଏ।

    କ୍ଷୀର ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ।

    କ୍ଷୀରରେ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ରହିଛି। ତେଣୁ କ୍ୟାଲସିୟମ କମ୍ ଥିବା ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଉଚିତ।

    ଓଠରୁ କଳାଦାଗ ହଟାଇବାକୁ ଚାହୁଁଥିଲେ ଏକ ଚାମଚ କଞ୍ଚା କ୍ଷୀରରେ କେସର ମିଶାଇ ମାଲିସ୍‌ କରିବା ଦ୍ୱାରା କଳାଦାଗ ଦୂରେଇ ଯାଇଥାଏ।

    ରାତିରେ ଶୋଇବା ପୂର୍ବରୁ  ଗାଈ କ୍ଷୀର ଚେହେରାରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ