Thursday, December 4, 2025
21.6 C
Odisha

    ଶାର୍କ ମାଛ ଶରୀରରୁ ମିଳିଲା କୋକେନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ମଣିଷର ଜୀବନଧାରଣ ଶୈଳୀରେ ବହୁ ପରିବର୍ତ୍ତନ ଦେଖାଦେଉଛି । ଫଳସ୍ୱରୂପ ମଣିଷ ଆଜି ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ଓ ଏହାର ପ୍ରଭାବ ପରିବେଶ ଉପରେ ମଧ୍ୟ ପଡ଼ୁଥିବା ଦେଖାଯାଉଛି । ଏପରିକି ସମୟ କ୍ରମେ ଆମ ବିଶ୍ୱବକ୍ଷରୁ ଅନେକ ପ୍ରଜାତିର ଜୀବ ବିଲୁପ୍ତ ହୋଇଯାଇଥିବା ମଧ୍ୟ ବୈଜ୍ଞାନିକମାନେ ମତ ଦେଇଛନ୍ତି । ତେବେ ଏହା ମଧ୍ୟରେ ଏକ ଗବେଷଣାରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ।

    ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ବ୍ରାଜିଲର ସାମୁଦ୍ରିକ ବେଳାଭୂମିରୁ ଜବତ କରାଯାଇଥିବା କିଛି ଶାର୍କ ମାଛ ଶରୀରରୁ କୋକେନ ମିଳିଛି । ଏହି ଅଧ୍ୟୟନର ରିପୋର୍ଟ ‘ସାଇନ୍ସ ଅଫ୍ ଦି ଟୋଟଲ ଏନଭାୟରନମେଣ୍ଟ‘ରେ ପ୍ରକାଶିତ ହୋଇଛି । ଅବୈଧ ଡ୍ରଗ୍ସର ବ୍ୟବହାର କରିବା ଦ୍ୱାରା ସାମୁଦ୍ରିକ ଜୀବଙ୍କ ଉପରେ ତା’ର କ’ଣ ପ୍ରଭାବ ପଡ଼ୁଛି ତା’ ଉପରେ ଉକ୍ତ ଅଧ୍ୟୟନ ମାଧ୍ୟମରେ ଯାଞ୍ଚ କରାଯାଉଥିଲା । ମାଛଧରାଳୀଙ୍କ ଜାଲରେ ଧରାପଡ଼ିଥିବା ୧୩ଟି ଶାର୍ପନୋଜ ଶାର୍କଙ୍କର ଯାଞ୍ଚ କରାଯାଇଥିଲା । ତେବେ ସବୁ ଶାର୍କଙ୍କ ଦେହରେ କୋକେନ୍ ରହିଥିବା ବୈଜ୍ଞାନିକଙ୍କ ଯାଞ୍ଚରୁ ଜଣାପଡ଼ିଥିଲା । ପୂର୍ବ ଅଧ୍ୟୟନରେ ଅନ୍ୟ ସାମୁଦ୍ରିକ ଜୀବଙ୍କ ଠାରୁ ମିଳିଥିବା କୋକେନ ମାତ୍ରା ଅପେକ୍ଷା ଶାର୍କଙ୍କ ଠାରୁ ମିଳିଥିବା କୋକେନର ମାତ୍ରା ୧୦୦ ଗୁଣ ଅଧିକ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    55 %
    0.8kmh
    56 %
    Thu
    27 °
    Fri
    26 °
    Sat
    27 °
    Sun
    26 °
    Mon
    27 °

    ସମ୍ବନ୍ଧିତ