Sunday, May 24, 2026
43.7 C
Odisha

    ନୂଆ ବର୍ଷରୁ ପ୍ରଥମ ମହାକାଶ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଏକ୍ସପୋସାଟ୍

    ଆଗକୁ ପଢନ୍ତୁ

    ନୂଆ ବର୍ଷରୁ ଇସ୍ରୋର ପ୍ରଥମ ମହାକାଶ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଏକ୍ସପୋସାଟ୍ ତଥା ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ । ୫ ବର୍ଷ ଧରି ବ୍ଲାକ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଏଥିରେ ବିଭିନ୍ନ ଉଜ୍ଜ୍ୱଳ ବହିର୍ଜାଗତିକ ବସ୍ତୁର ଏକ୍ସ-ରେ ଉତ୍ସ ସମ୍ପକରେ ସୂଚନା ଦେବାରେ ସହାୟକ ହେବ ।
    ବିଶେଷ କରି ବ୍ଲାକ ହୋଲ, ନ୍ୟୁଟ୍ରନ ଷ୍ଟାର ସମ୍ପର୍କରେ ଅନୁଧ୍ୟାନ କରିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ସକାଳ ୯ ଟା ୩୦ ମିନିଟ ସମୟରେ ଉତକ୍ଷେପଣ ହେବ । ପିଏସଏଲଭି-ସି୫୮ ରକେଟ ଜରିଆରେ ଏକ୍ସପୋସାଟକୁ ଉତକ୍ଷେପଣ କରାଯିବ । ପୂର୍ବାହ୍ନ ୮ଟା ୪୦ ମିନିଟରୁ ଇସ୍ରୋ ପକ୍ଷରୁ ଏହାର ଲାଇଭ କରାଯିବ । ପୂର୍ବରୁ ଏକମାତ୍ର ଦେଶ ଭାବେ ଆମେରିକା ଏକ୍ସ-ରେ ପୋଲାରିମେଟ୍ରି ଏକ୍ସପ୍ଲୋରର ପ୍ରେରଣ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    43.7 ° C
    43.7 °
    43.7 °
    11 %
    2.5kmh
    0 %
    Sun
    45 °
    Mon
    45 °
    Tue
    46 °
    Wed
    46 °
    Thu
    46 °

    ସମ୍ବନ୍ଧିତ