Monday, April 13, 2026
33 C
Odisha

    ଶେଷଯାତ୍ରାରେ ଆଶା ଭୋସଲେ

    ଆଗକୁ ପଢନ୍ତୁ

    ଜନସାଧାରଣ ସକାଳ ୧୦:୩୦ ରୁ ଅପରାହ୍ନ ୨:୦୦ ଟା ପର୍ଯ୍ୟନ୍ତ କସା ଗ୍ରାଣ୍ଡେ ବିଲ୍ଡିଂରେରେ ମରଶରୀରକୁ ଦର୍ଶନ କରିଥିଲେ । ତାଙ୍କର ଅନ୍ତିମ ସଂସ୍କାର ଶିବାଜୀ ପାର୍କରେ କରାଯାଇଛି । ଆଶା ଭୋସଲେଙ୍କ ଶେଷ ଦର୍ଶନ ପାଇଁ ସେଲିବ୍ରିଟିମାନେ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରୁଛନ୍ତି । ଆଶା ଭୋସଲେଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛି । ଗାୟିକାଙ୍କ ନାତୁଣୀ ଜେନାଇ ଭାବପ୍ରବଣ ହୋଇ ପଡ଼ିଛନ୍ତି । ନାତୁଣୀ ଅଭିନେତ୍ରୀ ତବୁକୁ ଧରି କାନ୍ଦିବାର ଦେଖିବାକୁ ମିଳିଥିଲେ । ତେବେ କେବଳ ପରିବାର ଲୋକ ନୁହଁନ୍ତି ବରଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବି ଏତେ ଭାଙ୍ଗି ପଡିଛନ୍ତି ଯେ, ତାଙ୍କ ଆଖିରେ ଦେଖିବାକୁ ମିଳିଥିଲା ଲୁହ । ସଚିନ ତେନ୍ଦୁଲକର ଆଶା ଭୋସଲେଙ୍କୁ ଶେଷ ଦର୍ଶନ କରିଛନ୍ତି । କେବଳ ତବୁ, ସଚିନ ତେନ୍ଦୁଲକର ନୁହେଏ ରିତେଶ ଦେଶମୁଖ, ରଣବୀର ସିଂ, ଜ୍ୟାକି ଶ୍ରଫ, ହେଲେନ, ଏକନାଥ ସିନ୍ଦେ ତଥା ଅନେକ ବ୍ୟକ୍ତି ବିଶିଷ୍ଟ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଛନ୍ତି ।

    ୧୯୩୩ ସେପ୍ଟେମ୍ବର ୮ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମିଗ୍ରହଣ କରିଥିଲେ ଆଶା ଭୋସଲେ । ସେ ପ୍ରସିଦ୍ଧ ଥିଏଟର କଳାକାରଶାସ୍ତ୍ରୀୟ ସଙ୍ଗୀତ ଗାୟକ ଦୀନାନାଥ ମଙ୍ଗେସକରଙ୍କ ଝିଅ ଏବଂ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାନ ଭଉଣୀ । ଦୀର୍ଘ ୭ ଦଶନ୍ଧିର କ୍ୟାରିୟର ମଧ୍ୟରେ ୧୪ରୁ ଅଧିକ ଭାରତୀୟ ଭାଷାରେ ସେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସଙ୍ଗୀତ କ୍ଷେତ୍ରକୁ ଅବଦାନ ଲାଗି ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଛି । ୧୯୯୭ ମସିହାରେ ଗ୍ରାମୀ ପୁରସ୍କାର ଲାଗି ନୋମିନେଟ୍ ହେବାରେ ସେ ପ୍ରଥମ ଭାରତୀୟ ଗାୟିକା । ୨୦୦୦ ମସିହାରେ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦାସାହେବ ଫାଲକେ’ ଏବଂ ୨୦୦୮ ରେ ପ୍ରତିଷ୍ଠିତ ‘ପଦ୍ମ ବିଭୂଷଣ’ରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ