Friday, April 3, 2026
33.6 C
Odisha

    ଶୋଇଥିବା ଅବସ୍ଥାରେ ଘର କାନ୍ଥ ପଡ଼ି ଦମ୍ପତି ମୃତ, ଝିଅ ଗୁରୁତର

    ଆଗକୁ ପଢନ୍ତୁ

    ବସ୍ତା: ବସ୍ତା ଥାନା ମହାଦେବସରାଇ ଗ୍ରାମ ରେ ରାତିରେ ସୋଇଥିବା ବେଳେ କାନ୍ଥ ପଡ଼ି ସ୍ବାମୀ ମୃତ ହୋଇଥିବା ଦେଖିବାକୁ ମିଳିଛି। ଏହି ଗ୍ରାମର ପିଥ ମୁର୍ମୁ (୩୮) ପ୍ରତିଦିନ ଭଳି ଗତକାଲି ଖାଇପିଇ ପରିବାର ପାଞ୍ଚ ଜଣ ସଦସ୍ୟଙ୍କ ସହିତ ଶୋଇଥିଲେ। ହଠାତ୍ ରାତି ଭୋର ସମୟରେ ତାଙ୍କର ଶୋଇବା ଘରର କାନ୍ଥ ଭାଙ୍ଗି ଯାଇଥିଲା। ଫଳରେ ଘରେ ପିଥଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ମିନତି (୩୫) ଗୁରୁତର ଆହତ ହୋଇ ଜୀବନ ସହିତ ସଂଗ୍ରାମ କରୁଥିଲେ। ଅନ୍ୟ ଦୁଇ ପୁଅ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଝିଅ ଲକ୍ଷ୍ମୀ (୧୨) ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ଆଣିଥିବା ବେଳେ ଦୀର୍ଘ ସମୟ ଧରି ରେଳ ଫାଟକ ପଡିରହିଥିବା ବେଳେ ରେଳ ଫାଟକ ନିକଟରେ ମିନତିଙ୍କ ମୃତ୍ୟୁ ଘଟିଥିଲା। ଝିଅ ଲକ୍ଷ୍ମୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉଦ୍ଧାର ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
    ଖବର ପାଇ ବସ୍ତା ଥାନା ଅଧିକାରୀ ରଞ୍ଜିତ କୁମାର ସାହୁ,ଉପଖଣ୍ଡ ପୁଲିସ ଅଧିକାରୀ ମାନସ କୁମାର ଦେଓ, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ,ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ରେଡ କ୍ରସ ପାଣ୍ଠିରୁ ତହସିଲଦାର ଶ୍ରୀ ପଟ୍ଟନାୟକ କୋଡ଼ିଏ ହଜାର ଟଙ୍କା ପରିବାରକୁ ପ୍ରଦାନ କରିଥିବା ବେଳେ ସରକାରୀ ଆବାସ ସହିତ ଅଧିକ କ୍ଷତିପୂରଣ ନିମନ୍ତେ ସରକାରଙ୍କୁ ଜଣାଇବାକୁ ପ୍ରତିଶ୍ରୁତି ଦେଇଥିଲେ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ