ବର୍ତ୍ତମାନ ଯୁଗରେ ମେଦବୃଦ୍ଧି ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ମୋଟାପା ବା ମେଦବୃଦ୍ଧି କେବଳ ଆମକୁ ଅଲଗା ଦେଖାଇଥାଏ ତାହା ନୁହଁ ଏହା ଦ୍ୱାରା ବିଭିନ୍ନ ପ୍ରକାରର ରୋଗର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । ଏହି ମେଦବୃଦ୍ଧି ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଦୈନିକ ଶୋଇବା ପୂର୍ବରୁ କିଛି ସାଧାରଣ ଅଭ୍ୟାସର ପରିବର୍ତ୍ତନ ଦ୍ୱାରା ଆପଣ ଚୁଟିକିରେ ଆପଣଙ୍କର ମେଦହ୍ରାସ କରିପାରିବେ ।
କିଛି ବ୍ୟକ୍ତିଙ୍କର ରାତିରେ ଶୋଇବା ସମୟରେ ଲାଇଟ୍ ଲଗାଇ ଶୋଇବା ଅଭ୍ୟାସ ରହିଥାଏ । ଏହା ଦ୍ୱାରା ଆଖିରେ ଆଲୋକ ପଡ଼ିବା କାରଣରୁ ସଠିକ୍ ଭାବେ ନିଦ ହୋଇନଥାଏ । ଯାହା ଫଳରେ ନିଦ୍ରହୀନତା ପାଇଁ ମେଦବୃଦ୍ଧି ସମସ୍ୟା ଦେଖାଯାଇଥାଏ । ଏଥି ସହ ଲାଇଟ୍ ଜଳାଇ ଶୋଇବା ଦ୍ୱାରା ଶରୀରରେ ମେଲାଟୋନିନ୍ ହରମୋନ କମ୍ ସୃଷ୍ଟି ହୋଇଥାଏ । ଏଣୁ ସବୁବେଳେ ଘର ଅନ୍ଧାରକରି ଶୋଇବା ଉଚିତ୍ ।
ଆପଣ ଜାଣିଛନ୍ତି କି ଶୋଇବା ସମୟରେ ଏସିର ବ୍ୟବହାର ଆପଣଙ୍କ ମେଦ ହ୍ରାସରେ ସହାୟକ ହୋଇଥାଏ । ଶୋଇବା ସମୟରେ ଏସିର ତାପମାତ୍ରା କମ୍ କରି ଶୋଇବା ଦ୍ୱାରା ପେଟର ମେଦହ୍ରାସ ହୋଇଥାଏ ।
ଏଥି ସହ ଜାଣିରଖନ୍ତୁ ଯେ, ରାତି ଖାଇବାରେ ଉପଯୁକ୍ତ ପରିମାଣର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ୍ କରନ୍ତୁ । ଖାସ କରି ଶୋଇବା ପୂର୍ବରୁ ପ୍ରୋଟିନ୍ ସେକ୍ ଗ୍ରହଣ କରନ୍ତୁ । ଏହା ପାଚନ ପ୍ରକ୍ରିୟା ସକ୍ରିୟ କରିବା ସହ ଅତ୍ୟଧିକ ମେଦକୁ କମ୍ କରିବାରେ ସହାୟକ ହୋଇଥାଏ ।
କେବେ ମଧ୍ୟ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଶୋଇବା ଉଚିତ୍ ନୁହଁ । ଖାଦ୍ୟ ଗ୍ରହଣ ଏବଂ ଶୋଇବା ମଧ୍ୟରେ କମ୍ସେ କମ୍ ୨ ଘଣ୍ଟାର ବ୍ୟବଧାନ ରଖିବା ନିହାତି ଆବଶ୍ୟକ । ଏହା ଦ୍ୱାରା ଓଜନ କମ୍ ହେବା ସହ ପାଚନ ପ୍ରକ୍ରିୟା ସଠିକ୍ ଭାବେ ହୋଇଥାଏ ।
ଆହୁରି ମଧ୍ୟ ଜାଣିରଖନ୍ତୁ ଆପଣ କିପରି ନିଜରକୁ ଓଜନକୁ କମ୍ କରିପାରିବେ । କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ, ତାହା ସମସ୍ତଙ୍କୁ ଜଣା । ବିଶେଷକରି ଉଷୁମ କ୍ଷୀର ପିଇବାକୁ ସମସ୍ତେ ଭଲପାଆନ୍ତି । ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ସ୍ବାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ । ଥଣ୍ଡା କ୍ଷୀର କେବଳ ପାଟିକୁ ସ୍ବାଦିଷ୍ଟ ଲାଗିନଥାଏ ବରଂ ଏସିଡିଟି, ମେଦବୃଦ୍ଧି ଆଦି ସମସ୍ୟାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ । ଥଣ୍ଡା କ୍ଷୀର ସେବନ କରିବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବା ସହ କୋଲେଷ୍ଟୋରଲ୍ସ୍ତର ହ୍ରାସ ପାଇଥାଏ । ଯାହାଦ୍ବାରା ମେଦବୃଦ୍ଧି ସମସ୍ୟାର ଭୟ ନଥାଏ । ତେବେ ଏହି ଥଣ୍ଡା କ୍ଷୀରକୁ ଦିନରେ ପିଇବା ସବୁଠୁ ଭଲ । ଏହି କ୍ଷୀର ଏସିଡିଟି ସମସ୍ୟାରୁ ଆରାମ ଦେଇଥାଏ ।
ଏଥି ସହ ଯଦି ପେଟରେ ଅଲସର ହୋଇଥାଏ, ତେବେ ଥଣ୍ଡା କ୍ଷୀରକୁ ଢକ ଢକ କରି ନ ପିଇ ଧୀରେ ଧୀରେ ପିଇଲେ ଏଥିରୁ ଉପଶମ ମିଳିଥାଏ । କେବଳ ସେତିକି ନୁହେଁ, ଖାଇବା ପରେ ଯଦି ବାରମ୍ବାର ଭୋକ ଲାଗୁଥାଏ ତେବେ ଥଣ୍ଡା କ୍ଷୀର ପିଇଲେ ଏହି ସମସ୍ୟା ଦୂରେଇ ଯାଏ । ଚାହିଁଲେ ଥଣ୍ଡା କ୍ଷୀରରେ ଓଟ୍ସ ମିଶାଇ ମଧ୍ୟ ଖାଇପାରିବେ । ଖରାଦିନେ କ୍ଷୀରରେ ତିଆରି କୋଲ୍ଡ କଫି ପିଇଲେ ଶରୀରକୁ ତାଜା ଅନୁଭୂତ ହୋଇଥାଏ । କ୍ଷୀରରେ ବଦହଜମୀ ବା ଗ୍ୟାସ୍ ସମସ୍ୟା ଦୂର କରିବାର ଗୁଣ ଭରିରହିଛି । ଯାହା ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ । ଏହାକୁ ସେବନ କଲେ ଘିଅ କିମ୍ବା ତେଲ ମସଲା ଜାତୀୟ ଖାଦ୍ୟ ପଦାର୍ଥ ସହଜରେ ହଜମ ହୋଇଯାଏ । ତେବେ ଏଥିରେ ସାମାନ୍ୟ ଅଦା ଛେଚା ପକାଇ ପିଇଲେ ଅଧିକ କାମ ଦେଇଥାଏ । ଜିମ୍ରୁ ଏକ୍ସର୍ସାଇଜ୍ ସାରି ଆସିବା ପରେ ଏନର୍ଜି ଡ୍ରିଙ୍କ୍ କିମ୍ବା ଜୁସ୍ ପିଇବା ସ୍ଥାନରେ ଯଦି ଥଣ୍ଡା କ୍ଷୀରକୁ ସ୍ଥାନିତ କରାଯାଏ, ତେବେ ଏହା ମାଂସପେଶୀକୁ ସୁଦୃଢ଼ ରଖିଥାଏ । ଶରୀରକୁ ପ୍ରୋଟିନ୍ ଏବଂ ଶକ୍ତି ପ୍ରଦାନ ମଧ୍ୟ କରିଥାଏ । ଯଦି ଆପଣ ନିଜର ଓଜନକୁ ନେଇ ଚିନ୍ତିତ ରହୁଛନ୍ତି, ତେବେ ଏହି ଟିପ୍ସକୁ ନିଶ୍ଚିତ ଭାବରେ ଫଲୋ କରନ୍ତୁ ।