Tuesday, February 11, 2025
29.3 C
Odisha

    ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ସିନାପାଲି ଜଗନ୍ନାଥ ମନ୍ଦିର ସମ୍ମାନିତ

    ଆଗକୁ ପଢନ୍ତୁ

    ନୂଆପଡା : ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ଯରେ ଭୁବନେଶ୍ୱର ଠାରେ ତିନିଦିନ ଧରି ଅନୁଷ୍ଠିତ ଅନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସ୍ଥିତ ଜଗନ୍ନାଥ ମନ୍ଦିରକୁ “ଶ୍ରୀଜଗନ୍ନାଥ ଚେତନା ସଂଗଠକ ୨୦୨୪” ପୁରସ୍କାରରେ ସମ୍ମାନିତ କରାଯାଇଛି । ବ୍ଯବସ୍ଥିତ ଢଙ୍ଗ ଓ ବିଧି ଅନୁଯାୟୀ ଜଗନ୍ନାଥ ମନ୍ଦିରର ପରିଚାଳନା ଏବଂ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସ୍ବାମୀ ସତ୍ଯପ୍ରଜ୍ଞାନନ୍ଦ ଜୀ ମହାରାଜଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ମହୋତ୍ସବର ଉଦଯାପନୀ ଅଧିବେଶନରେ ମୁଖ୍ଯ ଅତିଥି ଭାବରେ ଆଇନ ମନ୍ତ୍ରୀ ପୄଥ୍ୱୀରାଜ ହରିଚନ୍ଦନ ଓ ମୁଖ୍ଯବକ୍ତା ଭାବରେ ସୌମ୍ଯରଞ୍ଜନ ପଟ୍ଟନାୟକଙ୍କ ସମେତ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର କାର୍ଯ୍ଯକାରୀ ସଭାପତି ମହନ୍ତ ରାମକୃଷ୍ଣ ଦାସ, ରାଜ୍ଯ ସଭାପତି ସୁଦର୍ଶନ ନାଏକ, ମହାସଚିବ ଡ. ନରେଶ କୁମାର ଦାସ, ସଂଗଠନ ସଂପାଦକ ଡ. କରୁଣାକର ପ୍ରଧାନ ଓ ସଂପାଦକ ରାଧେଶ୍ଯାମ ପଣ୍ତା ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିଥିଲେ । ସିନାପାଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କୁ ଏହି ଆଧ୍ଯାତ୍ମୀକ ମଞ୍ଚରେ ଯୋଗଦେଇ ଉକ୍ତ ଗୌରବାବହ ପୁରସ୍କାର ଗ୍ରହଣ କରିଥିବା ବେଳେ ସିନାପାଲି ଜଗନ୍ନାଥ ମନ୍ଦିର କମିଟିର ସମ୍ପାଦକ ତୁଳସୀରାମ ମେହେର, ସହ ସମ୍ପାଦକ ରୂପେଶ ଚନ୍ଦ୍ର ମେହେର ଓ ପୂଜକ ବସନ୍ତ ପତି ଉପସ୍ଥିତ ରହିଥିଲେ ଏହି ଖବର ପାଇଲା ପରେ ସମଗ୍ର ସିନାପାଲି ଅଞ୍ଚଳରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.3 ° C
    29.3 °
    29.3 °
    25 %
    2.9kmh
    0 %
    Tue
    27 °
    Wed
    36 °
    Thu
    35 °
    Fri
    34 °
    Sat
    34 °

    ସମ୍ବନ୍ଧିତ