Saturday, October 10, 2026
22.4 C
Odisha

    ଶ୍ରୀମନ୍ଦିରକୁ ପ୍ରବେଶ ଉଦ୍ୟମ କରୁଥିବା ବିଦେଶୀ ପର୍ଯ୍ୟଟକ ଏମ୍ସ ସ୍ଥାନାନ୍ତର

    ଆଗକୁ ପଢନ୍ତୁ

    ପୁରୀ ସ୍ଵର୍ଗଦ୍ଵାର ବେଳାଭୂମିରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଶ୍ରୀମନ୍ଦିର ଭିତରେ ପଶିବାକୁ ଉଦ୍ୟମ କରୁଥିବା ବିଦେଶୀ ପର୍ଯ୍ୟଟକ ଥୋମାସ୍ କ୍ରେଗ୍ ସେଲଡନଙ୍କ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରିଥିବା ଏସପି ପିନାକ ମିଶ୍ର କହିଛନ୍ତି।

    ନିଶାଗ୍ରସ୍ତ ଅବସ୍ଥାରେ ବିଦେଶୀ ପର୍ଯ୍ୟଟକ ଗତ ଶନିବାର ଦିନ ସ୍ଵର୍ଗଦ୍ଵାରରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଆଶ୍ରମ ପରିଚାଳକ ସମୁଦ୍ରକୂଳ ଥାନାକୁ ଆସି ଏକ ଅଣ୍ଡରଟେକିଂ ଲେଖି ବିଦେଶୀ ପର୍ଯ୍ୟଟକଙ୍କୁ ସାଙ୍ଗରେ ନେଇଥିଲେ। ପୁନର୍ବାର ବିଦେଶୀ ପର୍ଯ୍ୟଟକ ଜଣକ ଆଶ୍ରମରୁ ଚାଲି ଆସି ଶ୍ରୀମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ ବେଳେ ସେବାୟତଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ