Thursday, August 28, 2025
23.3 C
Odisha

    ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ଘଟଣାକୁ ନେଇ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଆହୁରି କଡାକଡି ହେବ ଚେକିଂ

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍ କ୍ୟାମେରା ନେଇ ଭକ୍ତମାନେ ପ୍ରବେଶ କରୁଥିବାରୁ ଏହାକୁ ଗମ୍ଭୀରତାର ସହ ବିଚାର କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି । ଏହା ଜାଣିବା ବି କଷ୍ଟ, କେବଳ ଫଟୋ ଉଠାଇବା ବେଳେ ଜାଣି ହେବ । ଆହୁରି କଠୋରତାର ସହ କିପରି ଚେକିଂ କରାଯିବ ସେନେଇ ବିଚାର କରାଯାଉଛି । ଏଭଳି ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ ।

    ସୂଚନା ଅନୁସାରେ ଆଜି ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଯିବା ପୂର୍ବରୁ ଜନୈକ ଭକ୍ତଙ୍କୁ ଅଟକ କଲେ ସୁରକ୍ଷାକର୍ମୀ । ଅଟକ ଭକ୍ତ ହେଉଛନ୍ତି ପଶ୍ଚିମବଙ୍ଗର ପ୍ରୀତିଶ ପାଲ୍ । ସିଂହଦ୍ଵାର ଥାନାରେ ଅଟକ ଅଛନ୍ତି । ଚଷମା ସହ ଫିଟିଂ କରିଥିଲେ ହିଡେନ୍ କ୍ୟାମେରା ।

    ସେହିପରି ଗତକାଲି ଗୁଜୁରାଟର ଜଣେ ଭକ୍ତ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଧରାପଡିଥିଲେ । ଗିରଫ ବ୍ୟକ୍ତି ପୁରୀର ଏକ ହୋଟେଲରେ ଅବସ୍ଥାନ କରିବା ସହ ହୋଟେଲରେ ଥିବା ମୋବାଇଲ ଫୋନ୍ ଦ୍ଵାରା ହିଡେନ କ୍ୟାମେରା ଅପରେଟ କରିଥିଲେ । ସେ ଅଗଷ୍ଟ ୩ ତାରିଖରୁ ଉକ୍ତ ହୋଟେଲରେ ରହୁଥିଲେ । ଗତକାଲି ସିଂହଦ୍ଵାର ଥାନା ସବ ଇନ୍ସପେକ୍ଟର ଓ ଜେଟିପି ପୋଲିସ ତାଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ସିଂହଦ୍ଵାର ଥାନା ପୋଲିସର ଜିମା ଦେଇଥିଲେ । ୧୦ ଦିନ ମଧ୍ୟରେ ତିନିଜଣଙ୍କ ଠାରୁ ହିଡେନ୍ କ୍ୟାମେରା ଜବତ ହୋଇସାରିଲାଣି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.3 ° C
    23.3 °
    23.3 °
    98 %
    1.2kmh
    58 %
    Thu
    29 °
    Fri
    31 °
    Sat
    29 °
    Sun
    30 °
    Mon
    29 °

    ସମ୍ବନ୍ଧିତ