Monday, March 30, 2026
25.4 C
Odisha

    ଶ୍ରୀମନ୍ଦିର କମାଣ୍ଡର-ପୋଲିସ ହାତାହାତି, କିଛି ସମୟ ବନ୍ଦ ରହିଲା ମହାପ୍ରଭୁଙ୍କ ଦର୍ଶନ

    ଆଗକୁ ପଢନ୍ତୁ

    ପୁରୀ   : ଶ୍ରୀମନ୍ଦିର ମଧ୍ୟରେ ରବିବାର ପୂର୍ବାହ୍ନ ସମୟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଭିତରେ କିଛି ସମୟ ଧରି ଗାଳିମନ୍ଦ ଏବଂ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା। ଯାହାଫଳରେ କିଛି ସମୟ ପାଇଁ ଭକ୍ତ ମାନେ ଦର୍ଶନ କରିବାରେ ସମସ୍ୟା ଭୋଗିଥିଲେ। ସୂଚନା ପାଇ ପ୍ରଶାସନ ମନ୍ଦିରରେ ପହଚି ବୁଝାଶୁଝା କରିବା ପରେ ଦର୍ଶନ ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।

    ମିଳିଥିବା ସୂଚନାନୁଯାୟୀ, ଭକ୍ତମାନେ ଧାଡ଼ି ଦେଇ ଦର୍ଶନ କରୁଥିଲେ। ଏହି ସମୟରେ ଭିଭିଆଇପିଙ୍କ ପାଇଁ ଥିବା ଧାଡ଼ିରେ ଭିଭିଆଇପିଙ୍କୁ ଛଡ଼ା ଯାଇଥିଲା। ମାତ୍ର ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଥିଲା। ଯାହାକୁ ନେଇ ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ଶେଖର ପଟ୍ଟନାୟକ ଏପରି କରିବାକୁ ବାରଣ କରିଥିଲେ। ଯାହାକୁ ନେଇ କମାଣ୍ଡର ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କ ମଧ୍ୟରେ କଥା କଟାକଟି ସହିତ ଧକ୍କା ମରାମରି ହୋଇଥିଲେ। ଏହାକୁ ନେଇ ସେବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ସେବକମାନେ ସାତ ପାହାଚ ଧାଡ଼ି ଦର୍ଶନ ବନ୍ଦ ରଖିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପ୍ରୋଟକଲ ଦର୍ଶନ ପାଇଁ ବିବାଦ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଛି। ଏ ନେଇ ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବା ନେଇ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    42 %
    2.3kmh
    1 %
    Mon
    41 °
    Tue
    39 °
    Wed
    40 °
    Thu
    40 °
    Fri
    39 °

    ସମ୍ବନ୍ଧିତ