Sunday, February 15, 2026
17 C
Odisha

    ଶ୍ରୀଲଙ୍କାରେ ଭାରତୀୟ ଟିମର ଜୋରଦାର ସ୍ବାଗତ, ଢୋଲ ତାଳେ ତାଳେ ଡ୍ୟାନ୍ସ କଲେ ଅର୍ଶଦୀପ

    ଆଗକୁ ପଢନ୍ତୁ

    ଟି୨୦ ବିଶ୍ବକପରେ ଭାରତ- ପାକିସ୍ତାନ ମ୍ୟାଚ ଉପରେ ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କ ନଜର । ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍ ପାଇଁ ସୂର୍ଯ୍ୟକୁମାର ଯାଦବ ଆଣ୍ଡ ଟିମ୍ ଶୁକ୍ରବାର ରାତିରେ କଲମ୍ବୋରେ ପହଞ୍ଚିଛି । ଏୟାରପୋର୍ଟରେ ଟିମ୍ ଇଣ୍ଡିଆର ଜୋରଦାର ସ୍ବାଗତ ହୋଇଛି । ଶ୍ରୀଲଙ୍କା କଳାକାର ପାରମ୍ପରିକ ଡ୍ୟାନ୍ସ କରିଛନ୍ତି । ଆଉ ଅର୍ଶଦୀପ ସେମାନଙ୍କ ନିକଟରେ ପହଞ୍ଚିବା ପରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଅର୍ଶଦୀପ ସେମାନଙ୍କ ଭଳି ଡ୍ୟାନ୍ସ କରିଛନ୍ତି ।

    ଭାରତୀୟ କ୍ରିକେଟ ଟିମ୍ ଟି୨୦ ବିଶ୍ବକପରେ ଦୁଇଟି ମ୍ୟାଚ୍ ଜିତି ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛନ୍ତି । ପାକିସ୍ତାନ ମଧ୍ୟ ୨ଟି ମ୍ୟାଚ୍ ଜିତିଛି । ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଦୁଇଟି ଯାକ ଦେଶ ମ୍ୟାଚ୍ ଜିତିବାକୁ ଚାହୁଁଛନ୍ତି । ତେଣୁ ମ୍ୟାଚ ପୂର୍ବରୁ ଭାରତୀୟ ଟିମ୍ କଲମ୍ବୋ ଏୟାରପୋର୍ଟରେ ପହଞ୍ଚିବା ପରେ ଶ୍ରୀଲଙ୍କା କଳାକାର ଢୋଲ ବଜାଇ, ପାରମ୍ପରିତ ଡ୍ୟାନ୍ସ କରି ଟିମକୁ ସ୍ବାଗତ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଗାର୍ଲଫ୍ରେଣ୍ଡ ସହିତ ନଜର ଆସିଥିବା ବେଳେ ଅର୍ଶଦୀପ ସିଂ କଳାକାରଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

    ତେବେ ଭାରତ-ପାକିସ୍ତାନ ମ୍ୟାଚରେ ଅଭିଷେକ ଶର୍ମା ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ତଥାପି ଆଜି ସନ୍ଧ୍ୟାରେ ଟିମ୍ ଇଣ୍ଡିଆ ଅଭ୍ୟାସ କରିବ । ଅଭିଷେକ ଦୁଇ ଦିନ ହସପିଟାଲରେ ରହିଥିଲେ । ତେଣୁ ତାଙ୍କ ଫିଟନେସକୁ ଦେଖି ଟିମରେ ସ୍ଥାନ ମିଳିବ । ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ବକପ ମ୍ୟାଚ କଲମ୍ବୋର ପ୍ରେସଦାସ ଷ୍ଟାଡିୟମରେ ଖେଳାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17 ° C
    17 °
    17 °
    44 %
    0.9kmh
    96 %
    Sun
    32 °
    Mon
    33 °
    Tue
    34 °
    Wed
    35 °
    Thu
    34 °

    ସମ୍ବନ୍ଧିତ