Wednesday, April 8, 2026
23.9 C
Odisha

    ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ଗିରଫ

    ଆଗକୁ ପଢନ୍ତୁ

    କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ୟୋଶିତା ରାଜପକ୍ଷେଙ୍କୁ ପୁଲିସ ଗିରଫ କରିଛି। ଡେଜି ଫରେଷ୍ଟ ମାମଲାରେ ୟୋଶିତାଙ୍କୁ ଗିରଫ କରାଯାଇଛି ।ଅଭିଯୁକ୍ତ ୟୋଶିତା ଜଣେ ପୂର୍ବତନ ନୌସେନା ଅଧିକାରୀ। ତାଙ୍କୁ ବେଲିଟାରୁ ଗିରଫ କରାଯାଇଛି। ୨୦୧୫ ପୂର୍ବରୁ ତାଙ୍କ ପିତାଙ୍କ ରାଷ୍ଟ୍ରପତିତ୍ୱ କାଳରେ ସମ୍ପତ୍ତି କ୍ରୟରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ମହିନ୍ଦା ରାଜପକ୍ଷେଙ୍କର ତିନି ପୁଅ ଅଛନ୍ତି। ୟୋଶିତା ତାଙ୍କର ଦ୍ବିତୀୟ ପୁତ୍ର। ଏହି ମାମଲାରେ ଗତ ସପ୍ତାହରେ ୟୋଶିତାଙ୍କ କାକା ତଥା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଥିଲା।ମହିନ୍ଦ୍ରା ରାଜପକ୍ଷେ ଶୁକ୍ରବାର ସୁପ୍ରିମକୋର୍ଟରେ ଏକ ମୌଳିକ ଅଧିକାର ପିଟିସନ୍ ଦାଖଲ କରିଥିବା ବେଳେ ଏହି ଗିରଫଦାରୀ ହୋଇଛି। ସେମାନଙ୍କ ସୁରକ୍ଷା ଫେରାଇ ଆଣିବା ପାଇଁ ସେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଗତ ମାସରେ ସରକାର ସେମାନଙ୍କ ସୁରକ୍ଷା କୁ ଯଥେଷ୍ଟ ହ୍ରାସ କରିଥିଲେ।
    ଲେପ୍ଟନଣ୍ଟ କମାଣ୍ଡର ୟୋଶିତା ଜଣେ ପୂର୍ବତନ ନୌସେନା ଅଧିକାରୀ। ସେ ମଧ୍ୟ ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହାୟକ, ପ୍ରଧାନମନ୍ତ୍ରୀ ଅଫିସର ମୁଖ୍ୟ କର୍ମଚାରୀଭାବେ କାମ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ