Tuesday, January 6, 2026
18.7 C
Odisha

    ଶ୍ରୀଲିଙ୍ଗରାଜ ମନ୍ଦିରରରୁ ସେବାୟତ ଖସିପଡ଼ିବା ଘଟଣା: ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ଚିଠି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ମହାଶିବରାତ୍ରିରେ ମହାଦୀପ ଉଠାଇବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରରୁ ଜଣେ ସେବାୟତ ତଳେ ପଡି ଆହତ ହେବା ଘଟଣା । ଏହାକୁ ଅତି ଗୁରୁତର ସହ ନେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) । ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ଚିଠି ଲେଖି ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ(ଏଟିଆର) ଦେବାକୁ କୁହାଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ଶ୍ରୀ ଅଖଣ୍ଡ ଏହି ଘଟଣ ସମ୍ପର୍କରେ ଏନଏଚଆରସିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ଆୟୋଗ ଖୋର୍ଦ୍ଧା ଜିଲ୍ଲାପାଳ ଓ ଓଡ଼ିଶା ସରକାରର ଗୃହ ବିଭାଗ ସ୍ଵତନ୍ତ୍ର ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ଏକ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ଖୋର୍ଦ୍ଧା ଜିଲ୍ଲାପାଳ, ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ କରିଥିବା ନୋଟିସକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ନିକଟକୁ ପଠାଇଛନ୍ତି । ଏହି ମାମଲାର ଶୁଣାଣି ଜୁଲାଇ ୨୧ରେ ଏନଏଚଆରସିଙ୍କ କ୍ୟାମ୍ପ କୋର୍ଟରେ ଶୁଣାଣି ହେବ । ଏଥିପାଇଁ ଘଟଣାରେ ସଂପୃକ୍ତ ସମସ୍ତ ପକ୍ଷ ଯଥା ଅଭିଯୋଗକାରୀ, ଆହତ ବ୍ୟକ୍ତି ଓ ତାଙ୍କ ପ୍ରତିନିଧି ଏବଂ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.7 ° C
    18.7 °
    18.7 °
    30 %
    1.7kmh
    0 %
    Tue
    17 °
    Wed
    27 °
    Thu
    27 °
    Fri
    26 °
    Sat
    27 °

    ସମ୍ବନ୍ଧିତ