Sunday, March 29, 2026
31.5 C
Odisha

    ସଂଧ୍ୟାରେ ଜମୁଛି ବିଚ୍ ଭଲିବଲ୍ ଖେଳ, ଖେଳ ଦେଖିବାକୁ ଅନେକ ଭିଡ଼

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସଂଧ୍ୟାରେ ଜମୁଛି ବିଚ୍ ଭଲିବଲ୍ ଖେଳ। ଆଜି ଚୀନ୍ vs ସ୍ପେନ ଖେଳ ଦେଖିବାକୁ ଅନେକ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ସଂଧ୍ୟାରେ କିଟ୍ କିସ୍ ପ୍ରତିଷ୍ଠାତା ନିଜେ ଉପସ୍ଥିତି ରହି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି। ଏହା ସହ ଆଥଲେଟିକ ଅନୁରାଧା ବିଶ୍ଵାଳ ଉପସ୍ଥିତି ରହି ମ୍ୟାଚ୍ ଉପଭୋଗ କରିଥିଲେ। ଏହି ଭଳି ଆୟୋଜନ ପାଇଁ ସେ ପ୍ରତିଷ୍ଠାତା ସାମନ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି। ପୁରା ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

    ଚୀନ୍ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ କିଟ୍ ଦୂତି ଚାନ୍ଦ ଷ୍ଟାଡିୟମରେ ଉପସ୍ଥିତି ଥିଲେ ଚୀନ ଦେଶର ନାଗରିକ ଓ ପ୍ରତିନିଧି ଦଳ। ବିଭିନ୍ନ କୌଶଳରେ ସ୍ପେନ ଦଳକୁ ଗୋଟେ ପରେ ଗୋଟେ ସଟ ଦେଇ ଚୀନ୍ ନିଜର ପଏନ୍ଟ ବଢ଼ାଇଥିଲେ । Super spike କରି ଚୀନ୍ ୧୯ କରିଥିବା ସମୟରେ ସ୍ପେନ ମାତ୍ର ୯ କରିଥିଲା । ଦୁଇ ଦଳର ଖେଳାଳି ମାନଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖାଇବାକୁ ମିଳିଥିଲା।

    ବିଚ୍ ଭଲିବଲ୍ ପ୍ରତିଯୋଗିତାରେ ରେଫ୍ରି କାର୍ଯ୍ୟ କରିବା ପାଇଁ ଓଡ଼ିଶା ଭଲିବଲ୍ ଆସୋସିଏସନର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ରେଫ୍ରି ନିୟୋଜିତ ହୋଇଛନ୍ତି ।  ଏହା ସେମାନଙ୍କ ପାଇଁ ପ୍ରଥମ ଥର ଏପରି ଏକ ବଡ଼ ସୁଯୋଗ ସୃଷ୍ଟି କରିଛି।  ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଅଭିଜ୍ଞ ରେଫ୍ରିମାନଙ୍କ ସହିତ ମିଶି କାମ କରିବାର ସୌଭାଗ୍ୟ ପାଇଛନ୍ତି ସେମାନେ ।

    ଅନେକ ରେଫ୍ରି ନୂଆ ନିୟମାବଳୀ, ନୂତନ କଳାକୌଶଳ ଓ ବିଭିନ୍ନ ଦେଶର ବିଚ୍ ଭଲିବଲ୍ ଖେଳାଳିମାନଙ୍କ ସହ ଚର୍ଚ୍ଚା ଓ ଅଭିଜ୍ଞତା ବିନିମୟ କରିବାରେ ଖୁସୀ ଅଛନ୍ତି । ଭାଗ ନେଇଥିବା ରେଫ୍ରି ମାନେ କହିଛନ୍ତି ଯେ, ବିଚ୍ ଭଲିବଲ୍‌ରେ ଏଭଳି ଭୂମିକା ନିଭାଇବେ ବୋଲି କେବେ ଭାବି ନଥିଲୁ ।  ଏହି ଭଳି ସୁଯୋଗ ପ୍ରଦାନ କରିଥିବା ପାଇଁ ସେମାନେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ