Tuesday, September 17, 2024
24.1 C
Odisha

    ସକାଳୁ ପାଟି ନଧୋଇ ପିଅନ୍ତୁ ଗୋଟିଏ ଗ୍ଲାସ ପାଣି

    ଆଗକୁ ପଢନ୍ତୁ

    ଆମେ ଅନେକ ଲୋକ ସକାଳୁ ନିଜ ଗୁରୁଜନ ମାନଙ୍କୁ ଉଠିବା ମାତ୍ରକେ ମୁହଁ ନଧୋଇ ପାଣି ପିଇବା ପ୍ରାୟ ଦେଖିଚୁ l ଆମେ ଏହାକୁ ଶରୀର ପାଇଁ କ୍ଷତିକାରକ ଭାବିଥାଉ l ଆମେ ସକାଳୁ ମୁହଁ ଧୋଇ ପାଣି ପିଇବାକୁ ଉଚିତ ମନେକରିଥାଉ l କିନ୍ତୁ ଅଧୁଆ ମୁହଁ ରେ ପାଣି ପିଇବାର ଚମତ୍କାର ଲାଭ ରହିଛି ବୋଲି ଆୟୁର୍ବେଦ ରେ କୁହାଯାଇଛି l
    * ଆସନ୍ତୁ ଜାଣିବା ଅଧୁଆ ମୁହଁରେ ପାଣି ପିଇବାର ଲାଭ ବିଷୟରେ -:
    – ଅଧୁଆ ମୁହଁରେ ପାଣି ପିଇବା ଦ୍ୱାରା ମେଟାବୋଲିଯିମ ରେଟ ବୃଦ୍ଧି ହୋଇଥାଏ l ଏହାଦ୍ୱାରା କୋଷ୍ଠ କାଠିନ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l କହିବାକୁ ଗଲେ ପେଟ ସମ୍ପୂର୍ଣ ସୁସ୍ଥ ରହିଥାଏ l ପାଚନ ଶକ୍ତି ସୁଦୃଢ଼ ହୋଇଥାଏ l
    – ଆୟୁର୍ବେଦ ଅନୁସାରେ ସକାଳୁ ଅଧୁଆ ମୁହଁରେ ପାଣି ପିଇବା ଦ୍ୱାରା ମେଟାବୋଲିଯିମ ରେଟ ବୃଦ୍ଧି ହେବା କାରଣରୁ ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ l ଏହା ଆମ ଶରୀରର କାର୍ଯ୍ୟ ଦକ୍ଷତା କୁ ବୃଦ୍ଧି କରିଥାଏ l
    – ସକାଳୁ ଅଧୁଆ ମୁହଁ ରେ ପାଣି ପିଇବା ଦ୍ୱାରା ତ୍ୱଚା ରେ ଚମକ ଆସିଥାଏ, ତ୍ୱଚାରେ ଶୀଘ୍ର କୁଞ୍ଚନ ଆସି ନଥାଏ ଏବଂ ପିଗମେଣ୍ଟେସନ ସମସ୍ୟା ମଧ୍ୟ ଦୂର ହୋଇଥାଏ l ସ୍କିନ ହାଇଡ୍ରେଟ ରହିଥାଏ l
    – ଯଦି ଆପଣ ସକାଳୁ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇବେ ତେବେ ଆପଣଙ୍କ ପାଟିର ଲାଳ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ l ଏବଂ ଶରୀରକୁ ଡିଟକ୍ସ କରି ବର୍ଜ୍ୟ ବସ୍ତୁକୁ ବାହାର କରିବାରେ ସାହାଯ୍ୟ କରିଥାଏ l
    ଅଧୁଆ ମୁହଁରେ ପାଣି ପିଇବା ଦ୍ୱାରା କିଡ୍ନୀ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ଆରାମ ମିଳିଥାଏ l  କିଡ଼ନୀର କାର୍ଯ୍ୟ ଦକ୍ଷତା ବୃଦ୍ଧି ହୋଇଥାଏ l
    ଅଧୁଆ ମୁହଁରେ ପାଣି ପିଇବା ଦ୍ୱାରା କେଶ ମୂଳର ବ୍ଲଡ଼ ଶେର୍କୁଲେସନ ଠିକ ଭାବରେ ହୋଇଥାଏ l ଏହାଦ୍ୱାରା କେଶ ମଜବୁତ ହୋଇଥାଏ l କେଶ ଝାଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଥାଏ l
    ଯଦି ଆପଣଙ୍କର ପାଟିରେ ଘା ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ସକାଳୁ ଗୋଟିଏ ଗ୍ଲାସ ପାଣି ଅଧୁଆ ମୁହଁରେ ପିଅନ୍ତୁ l ମାଉଥ ଅଲସର ସମ୍ବନ୍ଧୀୟ ସମସ୍ୟା ଖୁବ ସହଜରେ ଦୂର ହୋଇଯିବ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ