Thursday, October 8, 2026
22.2 C
Odisha

    ସଙ୍ଗୀତ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଲେ ଜ୍ୟୋତିର୍ମୟୀ ନାୟକ, ‘କିଟ୍’ ଓ ‘କିସ୍’ କ୍ୟାମ୍ପସରେ ଦିଆଗଲା ଭବ୍ୟ ସ୍ୱାଗତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜ୍ୟୋତିର୍ମୟୀ ନାୟକଙ୍କୁ ‘କିଟ୍’ ଓ ‘କିସ୍’ କ୍ୟାମ୍ପସରେ ଭବ୍ୟ ସ୍ୱାଗତ। ଇଣ୍ଡିଆନ୍ ଆଇଡଲ୍ ର ଗ୍ରାଣ୍ଡ୍ ଫାଇନାଲିଷ୍ଟଙ୍କୁ ସମ୍ବର୍ଦ୍ଧିତ କଲେ ଡ. ଅଚ୍ୟୁତ ସାମନ୍ତ। କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ ନାୟକ ଓଡ଼ିଶାର ଗର୍ବ। ଇଣ୍ଡିଆନ୍ ଆଇଡଲ୍ ର ଗ୍ରାଣ୍ଡ୍ ଫିନାଲାରେ ପହଞ୍ଚିଛନ୍ତି। ଫାଇନାଲରେ ପହଞ୍ଚିବା ପରେ ଆଜି ଓଡ଼ିଶାରେ ପହଞ୍ଚିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇ କିଟ୍ କ୍ୟାମ୍ପସକୁ ଅଣାଯାଇଥିଲା। ଜ୍ୟୋତିର୍ମୟୀ ନାୟକଙ୍କ ସଫଳତାରେ ଏବେ ସାରା ଓଡ଼ିଶା ଗର୍ବିତ।

    ଜ୍ୟୋତର୍ମୟୀଙ୍କ ସମ୍ମାନରେ କିଟ୍ ଓ କିସ୍ ଠାରେ ଏକ ହୋମକମିଂ ସେଲିବ୍ରେସନ୍ ଆୟୋଜିତ ହୋଇଥିଲା। ଜ୍ୟୋତିର୍ମୟୀ ପ୍ରଥମ ଓଡ଼ିଆ କଣ୍ଠଶିଳ୍ପୀ ଭାବେ ଏଭଳି ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେରେ ପହଞ୍ଚି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ଏହା ଓଡ଼ିଶା ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି କହିଲେ ଅତ୍ୟୁକ୍ତି ହେବନି। ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ ସେ କିଟ୍ ଓ କିସ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ। ଜ୍ୟୋତିର୍ମୟୀ ଗ୍ରାଣ୍ଡ ଫିନାଲେରେ ପହଞ୍ଚିବା ପରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାସହ କିଟ୍ ଓ କିସ୍ ର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

    ଜ୍ୟୋତିର୍ମୟୀଙ୍କୁ ନେଇ କିଟ୍ ର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ସ୍ବତନ୍ତ୍ର ଉତ୍ସବରେ ହଜାର ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଧିକାରୀମାନେ ଯୋଗ ଦେଇ ଜ୍ୟୋତିର୍ମୟୀଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜ୍ୟୋତିର୍ମୟୀ ନିଜର ମଧୁର ଏବଂ ଦରଦୀ କଣ୍ଠ ଯାଦୁରେ ସାରା ଦେଶର ଶ୍ରୋତାଙ୍କ ହୃଦୟ ଜିତିଛନ୍ତି। ଦେଶର ଶ୍ରେଷ୍ଠ ପ୍ରତିଭା ଯଥା ତନିଷ୍କ ଶୁକ୍ଳା, ଅଂଶିକା ଚୋଙ୍କର, ସୁହୈଲ ଏବଂ ମନରାଜ ବୀର ସିଂହଙ୍କ ସହ ଟାଇଟଲ୍ ଲଢ଼େଇ କରୁଛନ୍ତି। ଶୋ’ର ବିଚାରପତି ଶ୍ରେୟା ଘୋଷାଲ, ବିଶାଳ ଦଦଲାନି ଏବଂ ବାଦଶାହାଙ୍କ ଠାରୁ ସେ ବହୁ ପ୍ରଶଂସା ସାଉଁଟିଛନ୍ତି।

    ବିଶେଷ କରି ତାଙ୍କ ଗାଇଥିବା ‘ନିମ୍ବୁଡ଼ା’ ଗୀତଟି ସୋସିଆଲ ମିଡିଆରେ ୧୦୬ ମିଲିୟନରୁ ଅଧିକ ଭ୍ୟୁ ପାଇ ରେକର୍ଡ କରିଛି। ‘ସାଇୟାଁ ପକଡ଼ ବୟାଁ’, ‘ମୋହ ମୋହ କେ ଧାଗେ’, ‘ସୋହନି ମେରି ସୋହନି’ ଭଳି ଗୀତ ସହ ଭକ୍ତି ସଙ୍ଗୀତ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଗାଇ ସେ ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେଇଛନ୍ତି। ଇଣ୍ଡିଆନ୍ ଆଇଡଲ୍ ଯିବା ପୂର୍ବରୁ ଜ୍ୟୋତିର୍ମୟୀ ଓଡ଼ିଶା ସଙ୍ଗୀତ ଜଗତରେ ପ୍ରାୟ ୧,୦୦୦ରୁ ଅଧିକ ଗୀତ ଗାଇସାରିଛନ୍ତି, ଯେଉଁଥିରେ ଅନେକ ଭକ୍ତିଭାବପୂର୍ଣ୍ଣ ଭଜନ ଏବଂ ଚଳଚ୍ଚିତ୍ରର ଗୀତ ସାମିଲ ରହିଛି।
    ଜ୍ୟୋତିର୍ମୟୀଙ୍କ ଏହି ଚମତ୍କାର ଯାତ୍ରାରେ ଡ. ଅଚ୍ୟୁତ ସାମନ୍ତ ଏବଂ ସମ୍ପୂର୍ଣ୍ଣ କିଟ୍-କିସ୍-କିମ୍ସ ପରିବାର ପ୍ରଥମ ଦିନରୁ ତାଙ୍କ ସହ ରହିଆସିଛନ୍ତି । ଆଜିର ଏହି ସମ୍ବର୍ଦ୍ଧନା ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଶ୍ରୋତା ଓ ପ୍ରଶଂସକମାନଙ୍କୁ Sony LIV ଆପ୍ ରେ ଜ୍ୟୋତିର୍ମୟୀଙ୍କ ପାଇଁ ବହୁ ମାତ୍ରାରେ ଭୋଟ୍ କରି ଟ୍ରଫିକୁ ଓଡ଼ିଶା ଆଣିବାରେ ସାହାଯ୍ୟ କରିବାକୁ ନିବେଦନ କରାଯାଇଛି । କିଟ୍ ଏବଂ କିସ୍ ର ଏଭଳି ଏକ ସୁନ୍ଦର ପରିବେଶ ସବୁବେଳେ ପ୍ରତିଭାମାନଙ୍କୁ ଆଗକୁ ବଢ଼ିବାର ପ୍ରେରଣା ଦେଇଆସିଛି । ଆସନ୍ତୁ ଆମେ ସମସ୍ତେ ମିଶି ଜ୍ୟୋତିର୍ମୟୀଙ୍କୁ ସମର୍ଥନ କରିବା ଏବଂ ତାଙ୍କୁ ଇଣ୍ଡିଆନ୍ ଆଇଡଲ୍ ଚାମ୍ପିଅନ କରିବାରେ ସହାୟକ ହେବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ